Latest Odisha News

BREAKING NEWS

ମାଟି ତଳେ ପୁଳାପୁଳା ଟଙ୍କା, ମୃତ୍ୟୁ ପୂର୍ବରୁ ପୋତି ଥିଲେ… 

କୋରାପୁଟ: କୋରାପୁଟ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସଦସ୍ୟ ମାଟି ତଳୁ ୩୨,୦୦୦ଟଙ୍କା ଉଦ୍ଧାର କରିଛନ୍ତି।

ସୂଚନାନୁସାରେ, ଜିଲ୍ଲାର ନାରାୟଣପାଟନା ବ୍ଲକ ଅନ୍ତର୍ଗତ କେଲୁବାଡି ଗାଁର ସୀତାରାମ ମେଲେକା ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ସ୍ତ୍ରୀ, ତିନି ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର।

ସୀତାରାମଙ୍କ ପିଲାମାନେ ନିଜ ନିଜ ବୃତ୍ତିରେ ନିୟୋଜିତ ରହିଥିବା ବେଳେ ସେ ସେମାନଙ୍କୁ ବିବାହ କରି ଗାଁଠାରୁ ୩ କିଲୋମିଟର ଦୂରରେ ଥିବା ଏକ କୁଟୀରରେ ପତ୍ନୀଙ୍କ ସହ ରହୁଥିଲେ। ସୀତାରାମ ଏବଂ ପତ୍ନୀ ସାମି ନିକଟ ପାହାଡରେ ଫସଲ ଚାଷ କରି ନିଜର ଜୀବନଯାପନ କରୁଥିଲେ। ସେ ବୃଦ୍ଧାବସ୍ଥାରେ ପେନସନ୍ ମଧ୍ୟ ପାଉଥିଲେ।

ଶେଷ ସମୟରେ ସେ ପିଲାମାନଙ୍କୁ ଦେଖିବାକୁ କୁଟୀରକୁ ଡାକିଥିଲେ। ଯାହାପରେ ସେ ଘର ପଛପଟ ଆମ୍ବ ଗଛ ତଳେ ୧୧ ଗ୍ରାମ ଓଜନର ସୁନା ଗହଣା ଏବଂ ୧.୧୦ ଲକ୍ଷ ଟଙ୍କା ପୋତିଥିବା କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।

 

Comments are closed.