Latest Odisha News

BREAKING NEWS

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ?

ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା ସୋନୁ ପଂଜାବନ । ବୁଧବାର ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ତା ବିରୋଧରେ ରାୟ ଶୁଣାଇଥିଲେ । ସୋନୁ ୨୪ ବର୍ଷ ଓ ତା ସାଥି ସନ୍ଦୀପ ବେଦୱାଲକୁ ମିଳିଛି ୨୦ ବର୍ଷର ଜେଲ ଦଣ୍ଡାଦେଶ ।

ଉତ୍ତର ଭାରତରେ ଦେହ ବ୍ୟବସାୟରେ ଏକ ବିରାଟ ସାମ୍ରାଜ୍ୟ ସ୍ଥାପନ କରିଥିଲା ସୋନୁ ପଂଜାବନ । ନାବାଳିକାଙ୍କୁ ବେଶ୍ୟାବୃ ତ୍ତି ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅପହରଣ କରିବା ଓ ହ୍ୟୁମାନ ଟ୍ରାଫିକିଂ କରିବା ଅଭିଯୋଗରେ ସୋନୁ ବିରୋଧରେ ଲାଗିଥିଲା ପୋକ୍ସୋ ଆକ୍ଟ ।

ଗୀତା ଅରୋରା କେମିତି ସାଜିଥିଲା ରାଣୀ ମହୁମାଛି ସୋନୁ ପଂଜାବନ ?

ଅନୁସନ୍ଧାନରୁ ଜଣାପଡିଛି ୨୦୦୦ ମସିହାରୁ ସୋନୁ ଅପରାଧ ଦୁନିଆରେ ସକ୍ରିୟ ରହିଥିଲା । ଦିଲ୍ଲୀ, ରାଜସ୍ଥାନ, ପଂଜାବ, କୋଲକାତା ଓ ମୁମ୍ବାଇରେ ଥିବା ତା ଗ୍ରାହକଙ୍କୁ ସେ ହାଇକ୍ଲାସ ମଡେଲଙ୍କ ଜରିଆରେ ସନ୍ତୁଷ୍ଟ କରୁଥିଲା । ତା ନେଟୱାର୍କରେ ସାମିଲ ଥିଲେ ହାଇ ପ୍ରୋଫାଇଲ୍ ବିଜନେସ୍‌ମ୍ୟାନ, ଗ୍ୟାଙ୍ଗଷ୍ଟରଙ୍କ ସମେତ କିଛି ପୋଲିସ ଅଫିସର ଓ ପଲିଟିସିଆନ୍ ।

୨୦୦୩ରେ ଗ୍ୟାଙ୍ଗଷ୍ଟର ବିଜୟ ସିଂକୁ ସୋନୁ ପଂଜାବନ ବିବାହ କରିଥିଲା । ସେହି ବର୍ଷ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ବିଜୟ ସିଂ । ଗ୍ୟାଙ୍ଗଷ୍ଟର ସ୍ୱାମୀର ଏନକାଉଣ୍ଟର ପରେ ଦୀପକ ନାମକ ଜଣେ ଯୁବକର ସହାୟତାରେ ସେ ଆରମ୍ଭ କରିଥିଲା ନିଜ ଘୃଣ୍ୟ ବ୍ୟବସାୟ । ତେବେ ଦୀପକକୁ ଆସାମ ପୋଲିସ ଏନକାଉଣ୍ଟର କରିବା ପରେ ସୋନୁ ତା ଭାଇ ହେମନ୍ତ ସୋନୁର ହାତ ଧରିଥିଲା ।

ହେମନ୍ତ ପ୍ରେମରେ ପଡି ସୋନୁ ତାକୁ ବିବାହ କରିବା ସହ ତା ନାଁକୁ ନିଜ ସହ ଯୋଡିଥିଲା । ସେବେଠୁ ଗୀତା ଅରୋରା ସାଜିଥିଲା ସୋନୁ ପଂଜାବନ । ତେବେ ବିବାହର କିଛି ମାସ ପରେ ହେମନ୍ତ ସୋନୁ ବି ଡବଲ ମର୍ଡର କେଶରେ ସ୍ପେଶାଲ ସେଲେ ହାତରେ ଗୁଳି ଖାଇ ପ୍ରାଣ ହରାଇଥିଲା ।

ଏହି ଘଟଣା ପରେ ସୋନୁ ଏକାକି ହିଁ ନିଜ ଅପରାଧ ଦୁନିଆର କାୟା ବିସ୍ତାର କରିଥିଲା । ତା ଟ୍ରାକ ରେକର୍ଡ ଅନୁଯାୟୀ ୨୦୦୭ରେ ସେ ଅନୈତିକ ବ୍ୟାପାର ଅପରାଧରେ ପ୍ରଥମ ଥର ପାଇଁ ଗିରଫ ହୋଇଥିଲା । ଏହା ପରେ ୨୦୧୧ରେ ମହାରାଷ୍ଟ କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜ୍‌ଡ କ୍ରାଇମ୍ ଆକ୍ଟରେ ତାକୁ ପୁଣିଥରେ ଗିରଫ କରାଯାଇଥିଲା । ୨୦୧୭ରେ ତାକୁ ଶେଷଥର ପାଇଁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଥିଲା ।

ବୋଧ ହୁଏ ଅନେକ ଲୋକ ବଲିଉଡ ଫିଲ୍ମ ଫୁକ୍‌ରେ ଦେଖିଥିବେ । ଏଥିରେ ରିଚା ଚଢାଙ୍କୁ ଦେଖିବାକୁ ମିଳିଥିଲା ଭୋଲି ପଂଜାବନ ଭାବେ ଏକ ଲେଡି ଡନ୍ କିର୍ଦାରରେ । ଜାଣି ଆଶ୍ଚର୍ମ୍ୟ ହେବେ ସୋନୁ ପଂଜାବନର ରିଅଲ୍ ଲାଇଫ୍ କ୍ୟାରେକ୍ଟର ଉପରେ ହିଁ ରିଚା ନିଜ କିର୍ଦାରକୁ ଅନ୍‌ସ୍କ୍ରିନ୍‌ରେ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ ।

Leave A Reply

Your email address will not be published.