Latest Odisha News

BREAKING NEWS

ଅଡୁଆରେ ବାବା ଆର୍ତ୍ତତ୍ରାଣ

ଭୁବନେଶ୍ୱର: ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ । ଫୋନ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ସେ ଅଡୁଆରେ ଫଡିଛନ୍ତି । ତାଙ୍କ ନାଁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ହାଇକୋର୍ଟର ଜଣେ ଆଇନଜୀଜୀ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀ କହିଛନ୍ତି, କରୋନା ସଂକ୍ରମଣରେ ସାରା ଦେଶ ଏବେ ସଂକଟ ସ୍ଥିତିରେ । ରାଜ୍ୟରେ ମଧ୍ୟ କରୋନା ସ୍ଥିତି ଜାରି ରହିଛି । ଏପରି ସମୟରେ ଝଡାଫୁଙ୍କା ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରି ଦେବାକୁ ଆର୍ତ୍ତତ୍ରାଣ ଦାବି କରି ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ବଢାଉଛନ୍ତି । ଏନେଇ ଆର୍ତ୍ତତ୍ରାଣଙ୍କ ବିରୋଧରେ ଡ୍ରଗସ୍ ଆଣ୍ଡ୍ ମ୍ୟାଜିକ୍ ରିମେଡିଜ୍ ଆକ୍ଟ ତଥା ଆଇପିସି ଧାରାରେ ଦଫା ଲଗାଇବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.