Latest Odisha News

BREAKING NEWS

ଦୁର୍ଗା ପୂଜା ପେଣ୍ଡାଲ୍‌ରେ ଶୋଭା ପାଇଲା ସୋନୁଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: କରୋନା ଭଳି ଜଟିଳ ସମୟରେ ଅଭିନେତା ସୋନୁ ସୁଦ୍‌ ଅସହାୟ ଲୋକଙ୍କ ପାଇଁ ସାହାରା ହୋଇପାରିଛନ୍ତି। କରୋନା ଅବଧିରେ ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଉଦାର ଭାବନା ଏବଂ ସହାୟତାର ହାତ ବଢ଼ାଇଥିବା ହେତୁ ସେ ଲୋକଙ୍କ ଦୃଷ୍ଟିରେ ଭଗବାନ ସାଜିପାରିଛନ୍ତି। ସମସ୍ୟା ଯେତେ ବଡ ହେଉ ନା କାହିଁକି, ତାର ସମାଧାନ ବାହାର ଖୋଜି ବାହାର କରିଦିଅନ୍ତି ସୋନୁ। ତେବେ ଏହି ଅଭିନେତାଙ୍କ ପଦକ୍ଷେପ ସମସ୍ତଙ୍କ ହୃଦୟ ଜିତିପାରିଛି।
ବର୍ତ୍ତମାନ ଅଭିନେତାଙ୍କ ଏହି ଉତ୍କୃଷ୍ଟ କାର୍ଯ୍ୟକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କୋଲକାତାର ଏକ ଦୁର୍ଗା ପୂଜା ପେଣ୍ଡାଲ୍‌ରେ ସୋନୁ ସୁଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ପେଣ୍ଡାଲ୍‌ ମାଧ୍ୟମରେ ସୋନୁଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଛି। ପ୍ରଫୁଲ୍ଲ କାନନ ୱେଲଫେୟାର ଆସୋସିଏସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ପେଣ୍ଡାଲ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଉଛି।
ପ୍ରଫୁଲ୍ଲା କାନନ ୱେଲଫେୟାର ଆସୋସିଏସନର ଜଣେ ସହଯୋଗୀ କହିଛନ୍ତି, ଆମେ ଆମ ପେଣ୍ଡାଲ୍‌ରେ ସୋନୁ ସୁଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛୁ ଯାହା ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ସେମାନଙ୍କ କାର୍ଯ୍ୟରୁ ପ୍ରେରଣା ନେଇପାରିବେ। ଅନ୍ୟ ଲୋକମାନେ ମଧ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ତେବେଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଜଣେ ଉପଭୋକ୍ତା ସୋନୁଙ୍କ ପାଇଁ ଏହି ଶ୍ରଦ୍ଧାଞ୍ଜଳି ସବୁଠାରୁ ବଡ ପୁରସ୍କାର ବୋଲି କହିଛନ୍ତି। ପେଣ୍ଡାଲ୍‌ରେ ଥିବା ଏହି ପ୍ରତିମୂର୍ତ୍ତିକୁ ନେଇ ସୋନୁ ସୁଦ ମଧ୍ୟ ବହୁତ ନିଜ ଖୁସି ବ୍ୟକ୍ତ କରିଛନ୍ତି। ସୋନୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହା ହେଉଛି ସବୁଠାରୁ ବଡ ପୁରସ୍କାର।

Leave A Reply

Your email address will not be published.