ନୂଆଦିଲ୍ଲୀ: ନିଜର ନୂଆ ଫିଲ୍ମ ‘ଫତେହ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତା ତଥା ସ୍ୱେଚ୍ଛାସେବୀ ସୋନୁ ସୁଦ । ଜଣେ ଉଚ୍ଚକୋଟୀର ଅଭିନେତା ହେବା ସହ ବାସ୍ତବ ଜୀବନରେ ସୋନୁ ଜଣେ ଭଲ ମଣିଷ ମଧ୍ୟ । ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ କରି ଚର୍ଚ୍ଚାକୁ ଆସିଛନ୍ତିି । ତାଙ୍କର ଏଭଳି କାମ ପାଇଁ ଲୋକେ ମନ୍ଦିର ତୋଳି ୍ତାଙ୍କୁ ଦେବତା ଭଳି ବି ପୂଜା କରୁଛନ୍ତି ।
ଏହାକୁ ନେଇ ଅନେକ ଲୋକ ଆକଳନ ଲଗାଉଛନ୍ତି ଯେ, ସୋନୁ ବୋଧ ହୁଏ ରାଜନୀତିରେ ଯୋଗ ଦେଇପାରନ୍ତି । ତେବେ ସୋନୁ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୋତେ ଦୁଇଥର ରାଜ୍ୟ ସଭା ସାଂସଦ ପଦ ପାଇଁ ଅଫର ମିଳିଛି, କିନ୍ତୁ ମୁଁ ଏହାକୁ ଗ୍ରହଣ କରି ନାହିଁ । ସବୁଠାରୁ ବଡ଼ କଥା ହେଲା ଯେ ମୋତେ ଉପମୁଖ୍ୟମନ୍ତ୍ରୀ ପାଇଁ ବି ସୁଯୋଗ ମିଳିଥିଲା । ଏମିତି କେତେ ବଡ଼ବଡ଼ ପଦ ପାଇଁ ଅଫର ମିଳିଥିଲେ ହେଁ ମୋତେ ଏହା ଆକର୍ଷିତ କରି ପାରି ନାହିଁ । ମୁଁ ନିଜର ନିଜେ ଗୁରୁ ।
Comments are closed.