Latest Odisha News

ମହାଶିବରାତ୍ରୀରେ ସୋନୁ ଏମିତି କଣ କହିଲେ ଯେ, ଟ୍ରୋଲ ହେଲେ ସୋସିଆଲ ସାଇଟରେ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଟୁଇଟ କରି ନିଜକୁ ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି । ମହାଶିବରାତ୍ରୀରେ ସୋନୁ ଟୁଇଟ କରିଥିଲେ, ଭଗବାନ ଶିବଙ୍କ ଫଟୋ ଫରୱାର୍ଡ ନ କରି ଅନ୍ୟ କାହାକୁ ସାହାଯ୍ୟ କରି ଏହାକୁ ଧୂମଧାମରେ ପାଳନ କରନ୍ତୁ । ଭଗବାନ ଶିବଙ୍କ ଫଟୋ ଶେୟାର କରିବାରେ ଅସୁବିଧା କେଉଁଠି ରହିଲା । ଅନ୍ୟକୁ ସାହାଯ୍ୟ କରିବା ସହ ଏହାର କଣ ସମ୍ପର୍କ ରହିଛି ବୁଝି ପାରୁ ନାହିଁ ବୋଲି ଜଣେ ଲେଖିଛନ୍ତି ।

ସେହିପରି ଯେଉଁ ଢ଼ଙ୍ଗରେ ସୋନୁ ଭଗବାନ ଶିବଙ୍କ ଫଟୋ ଫରୱାର୍ଡ ନ କରିବାକୁ କହିଲେ ସେଭଳି ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ କହିବେ ତ ? ନ ହେଲେ ଆମେ ଜାଣିବୁ ସେ ଦୁଇଟା ଚେହେରା ରଖିଥିବା ବ୍ୟକ୍ତି । ଅଧିକାଂଶ ଟ୍ରୋଲ କରିଥିବା ବେଳେ ଅଳ୍ପ କେତେ ଜଣ ତାଙ୍କ ଟୁଇଟକୁ ସମର୍ଥନ କରିଛନ୍ତି ।

Comments are closed.