Latest Odisha News

BREAKING NEWS

ଅକ୍ଟୋବର ୧୫ରୁ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର; ଜାଣନ୍ତୁ କେଉଁ କେଉଁ ଫିଲ୍ମ ରିଲିଜ୍ କରିବ

କରୋନା କାରଣରୁ କିଛି ମାସ ହେବ ସାରା ଦେଶରେ ସିନେମା ହଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏଭଳି ପରିସ୍ଥିତିରେ ଓଟିଟି ପ୍ଲାଟ୍‌ଫର୍ମରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏଥିସହିତ ଅକ୍ଟୋବର ୧୫ରୁ ପୁଣି ଥରେ ସିନେମା ହଲ୍‌ ଏବଂ ମଲ୍‌ଟିପ୍ଲେକ୍ସ ଖୋଲାଯିବ। କିନ୍ତୁ ଏହା ଅଳ୍ପ କିଛି ସ୍ଥାନ ପାଇଁ ଲାଗୁ କରାଯାଇଛି।

ନୂତନ ନିୟମ ଅନୁଯାୟୀ କେବଳ ୫୦ ପ୍ରତିଶତ ଲୋକ ପ୍ରେକ୍ଷାଳୟରେ ବସିପାରିବେ। ପୁଣିଥରେ ଦର୍ଶକମାନେ ରୂପେଲି ପରଦାରେ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଦେଖିବାର ମଜା ନେଇପାରିବେ। ତେବେ କେଉଁ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକମାନେ ବଡ଼ ପରଦାରେ ପୁଣି ଦେଖିପାରିବେ ଆସନ୍ତୁ ଜାଣିବା।

ସୂର୍ଯ୍ୟବଂଶୀ

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଖୁବ୍ ଶୀଘ୍ର ବଡ଼ ପରଦାରେ ଆସିବ। ଏଥିରେ ମୂଖ୍ୟ ଭୂମିକାରେ ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ।

ଫିଲ୍ମଟି ମାର୍ଚ୍ଚ ମାସରେ ରିଲିଜ୍‌ ହେବାକୁ ଥିଲା କିନ୍ତୁ ମହାମାରୀ ହେତୁ ଏହାର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଖୁବ୍‌ ଶୀଘ୍ର ଏହି ଫିଲ୍ମ ବଡ ପରଦାରେ ଆସିବାକୁ ଯାଉଛି।

କୁଲି ନଂ ୧

ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ଫିଲ୍ମ ‘କୁଲି ନଂ ୧’ ମଧ୍ୟ ଖୁବ୍‌ ଶୀଘ୍ର ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ବରୁଣ ଧାୱନ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିବ। ଏହା ୯୦ ଦଶକର ସୁପର୍‌ହିଟ୍‌ ଚଳଚ୍ଚିତ୍ର କୁଲି ନଂ ୧ର ରିମେକ୍।

ନୋ ଟାଇମ୍‌ ଟୁ ଡାଏ

ଏହି ହଲିଉଡ୍ ଚଳଚ୍ଚିତ୍ର ଚଳିତ ବର୍ଷ ଭାରତରେ ମୁକ୍ତିଲାଭ ଅପେକ୍ଷାରେ। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ନଭେମ୍ବରରେ ମୁକ୍ତିଲାଭ କରିବ।

୮୩

କବୀର୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ ମଧ୍ୟ ଏପ୍ରିଲ୍‌ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁ ଏହା ରିଲିଜ୍‌ ହୋଇପାରି ନ ଥିଲା। ଏଥିରେ ରଣବୀର ସିଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।

ଏହାର କାହାଣୀ ୧୯୮୩ ବିଶ୍ବକପ୍‌ ବିଜୟ ଉପରେ ଆଧାରିତ। ଏଥିରେ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.