Latest Odisha News

କମୁଛି କରୋନା ଟ୍ରେଣ୍ଡ, ଦ୍ୱିତୀୟ ଦିନରେ ୩ ହଜାର ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଆଜି ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାର ତଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଓଡ଼ିଶାରୁ ୨୬୩୭ । କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ଓ ଲୋକାଲ କେସ୍ ‌୧,୧୧୯ ଥିବା ସୂଚନା ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ ଜିଲ୍ଲାରେ ୫୦୦ ତଳକୁ ଖସି ଆସିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୪୪୮ ଜଣ ପଜିଟିଭ ବାହାରିଛନ୍ତି । ତା’ପଛକୁ ରହିଛି କଟକ । ଜିଲ୍ଲାରେ ଗତ ୨୪ ଘଂଟାରେ ୨୧୪ ଜଣ ସଂକ୍ରମିତ ବାହାରିଛନ୍ତି ।

ଆଜି ୭ଟି ଜିଲ୍ଲାରୁ ୧୦୦ରୁ ଅଧିକ ନୂଆ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ନୂଆପଡାରୁ ୧୫୯ କେନ୍ଦ୍ରାପଡାରୁ ୧୫୧, ପୁରୀରୁ ୧୨୪, ଅନୁଗୁଳରୁ ୧୨୬, ମୟୁରଭଂଜରୁ ୧୦୦ରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୮ ହଜାର ୩ରେ ପହଂଚିଛି । ଏଥିରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୬୧୦ । ସେହିପରି ୨ଲକ୍ଷ ୬ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.