Latest Odisha News

BREAKING NEWS

କରୋନା ଚିକିତ୍ସା ପାଇଁ ନୂଆ ଔଷଧ ‘ଟୋସିଲିଜୁମାବ’, ଗୁରୁତର ରୋଗୀଙ୍କୁ ଦିଆଯିବ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ମେଡିସିନ୍ ଟୋସିଲିଜୁମାବ । ଏଣିକି ଗୁରୁତର ଥିବା କରୋନା ରୋଗୀ କିମ୍ବା ଭେଣ୍ଟିଲେଟରରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କୁ ଟୋସିଲିଜୁମାବ ଇଞ୍ଜେକସନ୍ ଦିଆଯାଇପାରିବ । ଏହି ଇଞ୍ଜେକସନର ବ୍ୟବହାରକୁ ଅନୁମତି ଦେଇଛି ଊଉଏଓ । ଏହାପରେ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଭେଣ୍ଟିଲେଟରରେ ଥିବା ତଥା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟୋସିଲିଜୁମାବ ଇଞ୍ଜେକସନ୍ ବ୍ୟବହାର କରିବାକୁ କୁହାଯାଇଛି । ଅକ୍ସିଜେନ ଲେବଲ କମ୍ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଇଞ୍ଜେକସନକୁ ବ୍ୟବହାର କରାଯିବ । ଏବେ କେତେ ପରିମାଣର ଆବଶ୍ୟକ ସେନେଇ ତଥ୍ୟ ମାଗିଛି ସ୍ୱାସ୍ଥ୍ୟ ବିଭାଗ ।

ଟୋସିଲିଜୁମାବ୍ ଇଞ୍ଜେକସନ୍ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ । ନୂଆ ଔଷଧର ବ୍ୟବହାର ନେଇ ଜିଲ୍ଲାପାଳଙ୍କ ସମେତ ସମସ୍ତ ସିଡିଏମ୍ଓ, ଏମ୍ସ ନିର୍ଦ୍ଦେଶକ ଓ ରାଜ୍ୟର ପ୍ରମୁଖ୍ୟ ଡାକ୍ତରଖାନାର ମୁଖ୍ୟଙ୍କୁ ବି ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏବେ ଗୁରୁତର କରୋନା ରୋଗୀଙ୍କୁ ରେମଡେସିଭିର୍ ଇଞ୍ଜେକସନ୍ ଦିଆଯାଉଛି ।

Comments are closed.