ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି କରି କୁହାଯାଇଛି ଯେ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଅନ୍ୟ ସ୍ଥାନକୁ ଚାହିଁଲେ ଯିବା ଆସିବା କରିପାରିବେ । ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ ଓ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ । କୃଷି ଓ ନରେଗା କାମ ମଧ୍ୟ କରିପାରିବେ ।
ବସ୍ରେ ଯାତ୍ରା ବେଳେ ଶ୍ରମିକମାନେ ସାମାଜିକ ଦୂରତା ବଜାୟ ରଖିବେ । ପରେ ବ୍ୟବହାର ହୋଇଥିବା ବସ୍ଗୁଡିକୁ ବିଶୋଧନ କରାଯିବ। ଶ୍ରମିକମାନେ ଯେଉଁ ସଂସ୍ଥା ତଥା କମ୍ପାନୀ ପାଇଁ କାମ କରୁଛନ୍ତି ତାହାର କର୍ତ୍ତୃ ପକ୍ଷ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବେ ।
ଏପ୍ରିଲ ୨୦ ଅର୍ଥାତ ଆସନ୍ତାକାଲି ଠାରୁ କେନ୍ଦ୍ର ଓ ଗୃହ ମନ୍ତ୍ରାଳୟର ଏହି ନିର୍ଦ୍ଦେଶ ଲାଗୁ ହେବ । ତେବେ ଅବରୋଧ ଅଂଚଳରେ ଥିବା ଶ୍ରମିକଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଏସ୍ଓପିରେ ଜାରି କରି ସ୍ପଷ୍ଟ କରାଯାଇଛି ଯେ, କରୋନା ଲକ୍ଷଣ ନଥିବା ଶ୍ରମିକମାନଙ୍କୁ ସ୍କ୍ରିନିଂ କରି କାମ ପାଇଁ ଅନୁମତି ଦିଆଯିବ । ତେବେ ବର୍ତ୍ତମାନ ସ୍ଥିତିରେ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।
BREAKING NEWS
- ଚଳିତ ଖରିଫ ଋତୁରେ ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ
- ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ ୧୦ ଦିନିଆ ଗଣପତି ପୂଜାର ସମ୍ପୂର୍ଣ୍ଣ ବିଧି ଓ ମହତ୍ତ୍ୱ
- ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର: କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମ୍ଫେଡ୍
- ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି: କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବନ୍ଧୁକ ସହ ୨ ଅଟକ
- ଚୀନ୍ ସହରଗୁଡ଼ିକ ଉପରେ ଘୁରି ବୁଲୁଛି ପରମାଣୁ ଆକ୍ରମଣର ବିପଦ: ସତର୍କ କରାଇଲା ସେନା, ଜାପାନକୁ କହିଲା ସବୁଠୁ ବଡ଼ ଶତ୍ରୁ
- ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା
- Sasur Murder Case: ୨୧ ଦିନରେ ୩୩୦ କଲ୍…ଚାକର ସହ ମିଶି କୋଟିପତି ଶ୍ବଶୁରକୁ ମାରିଦେଲା ବୋହୂ?
- Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ…
- Rahul Hits Back: ମୋଦିଙ୍କୁ କଡା ଜବାବ ଦେଲେ ରାହୁଲ, କହିଲେ, ‘ଲଜ୍ଜିତ, ବଦନାମ ଓ ନିରବ କରିବାକୁ ଉଦ୍ୟମ…’
- ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ମାମଲା: ପକ୍ଷଭୁକ୍ତ ହେଲେ ଆଇପିଏସ୍ ସୁଶାନ୍ତ ନାଥ

Comments are closed.