Latest Odisha News

BREAKING NEWS

ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ପୁରୀ : ଆଜି ହେଉଛି ଚୈତ୍ର ଶୁକ୍ଲ ଷଷ୍ଠୀ। ଏଥିପାଇଁ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା । ଏହି ରଥଯାତ୍ରାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ।

ଏହି ପର୍ବ ଅନୁଯାୟୀ, ଶ୍ରୀମନ୍ଦିର ବେଢ଼ାରେ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢା ପରିକ୍ରମା କରିଥାଆନ୍ତି । ସନ୍ଧ୍ୟା ଧୂପ ନୀତି ବଢିବା ପରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ପଞ୍ଚାମୃତରେ ମହାସ୍ନାନ ପରେ ବେଶ କରାଯିବ ।ଏହାପରେ ଖିରି, କାକରା ଏବଂ ଲଡ଼ୁ ପଞ୍ଚୋପଚାରରେ ସୂର୍ଯ୍ୟଦେବଙ୍କୁ ଭୋଗ ଲାଗି କରାଯିବ   । ଭୋଗ ଲାଗି ହୋଇସାରିବା ଚୈତ୍ର ଗୁଣ୍ଡିଚା ପର୍ବ ସମ୍ପନ୍ନ ହେବ।

Leave A Reply

Your email address will not be published.