ନୂଆଦିଲ୍ଲୀ: ଇଡେନ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟ ନେଇ ଅନେକ ବିତର୍କ ସୃଷ୍ଟି ହୋଇଛି । ଭାରତୀୟ ଟିମର ବ୍ୟାଟ୍ସମ୍ୟାନଙ୍କ କ୍ରମ ନେଇ କୋଚ ଗୌତମ ଗମ୍ଭୀର ସମାଲୋଚିତ ହୋଇଛନ୍ତି । ପିଚରେ ଟର୍ଣ୍ଣ ଉଭୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିଲା । ପିଚ କ୍ୟୁରେଟରଙ୍କୁ ଦୋଷ ଦିଆଯିବା ପରେ ଗମ୍ଭୀର ମୁହଁ ଖୋଲିଥିଲେ । ଟିମ ମ୍ୟାନେଜମେଂଟ ଏ ଭଳି ପିଚ ଦାବୀ କରିଥିଲା ବୋଲି ଗମ୍ଭୀର ସ୍ପଷ୍ଟ କରିଥିଲେ । ଏହା ପରେ ସିଏବି ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସମ୍ମୁଖ ଆସିଥିଲା । ଗମ୍ଭୀରଙ୍କୁ କୋଚ ଦାୟିତ୍ୱରୁ ହଟାଇବା ଉଚିତ ହେବ କି ପ୍ରଶ୍ନର ଉତରରେ ସେ କହିଥିଲେ, ତାଙ୍କୁ ହଟେଇବାର କୌଣସି ପ୍ରଶ୍ନ ଉଠୁନି ।
ଇଂଲଣ୍ଡ ଗସ୍ତରେ ଉଭୟ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲ ଭଲ କାମ କରିଥିଲେ । ଭାରତରେ ମଧ୍ୟ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଇଡେନ ପିଚ ନେଇ ଗାଙ୍ଗୁଲି କିଛି ପରାମର୍ଶ ଦେଇଥିଲେ କି ପ୍ରଶ୍ନର ଉତରରେ ସେ କହିଥିଲେ, ମୁଁ ଏଥିରେ ସାମିଲ ହୁଏନି । ଏହା ବିସିସିଆଇ ଓ ଟିମ ମ୍ୟାନେଜମେଂଟର କାର୍ଯ୍ୟ । ଶେଷରେ ଗାଙ୍ଗୁଲି ମାନିଥିଲେ ଇଡେନ ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୁକ୍ତ ନ ଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ଉପଯୁକ୍ତ ପିଚରେ ଖେଳିବା ଉଚିତ ଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।
Comments are closed.