Latest Odisha News

BREAKING NEWS

ଦାଦା ହେବେ ଟିମ ଇଣ୍ଡିଆର କୋଚ !

ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଓ ମହାନ କ୍ରିକେଟର ସୌରଭ ଗାଙ୍ଗୁଲି କୋଚ ହେବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । କ୍ରିକେଟରୁ ଅବସର ନେବା ପରେ ସିଏବି ଓ ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲି । ମୋ ପାଖରେ ସମୟର ଘୋର ଅଭାବ ଥିଲା । ପ୍ରଥମରୁ କୋଚିଂ ପ୍ରତି ବିଶେଷ ଆଗ୍ରହ ରହି ଆସିଛି । ଏବେ ମୋତେ ୫୦ ବର୍ଷ ହୋଇ ସାରିଲାଣି, ଟିମ ଇଣ୍ଡିଆର କୋଚ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ହେବ । ଯଦି ମୋତେ ସୁଯୋଗ ମିଳିବ ମୁଁ ନିଶ୍ଚିତ ଭାବେ ଏହି ଦାୟିିତ୍ୱ ତୁଲାଇବି । ଭାରତର ସଫଳ ଅଧିନାୟକ ଭାବେ ଗାଙ୍ଗୁଲି ତଥା ଦାଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିବେ ବୋଲି ଆଲୋଚନା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି ।

ସେ ଏହି ଅବସରରେ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ଟିକେ ଧୀମା ରହିଥିଲେ । ଚାମ୍ପିୟନ୍ସ ଟ୍ରଫି ଜିିତିବା ପରେ ସେ ତାଙ୍କ ଶୈଳୀରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗାଙ୍ଗୁଲି ୧୧୩ ଟେଷ୍ଟରେ ୭୨୧୨ ରନ, ୩୧୧ ଦିନିକିଆରେ ୧୧୩୬୩ ରନ ସଂଗ୍ରହ କରିଛନ୍ତି । ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଏବେ ଗମ୍ଭୀର କୋଚ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିବ । ଏହା ପରେ ବିସିସିଆଇ କାହାକୁ କୋଚ କରିବ ତାହା ସମୟ କହିବ ।

Comments are closed.