Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କ ଝିଅଙ୍କୁ କରୋନା

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ଗାଙ୍ଗୁଲିଙ୍କୁ କରୋନା। ତାଙ୍କର କରୋନା ଜନିତ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ପୂର୍ବତନ ଅଧିନାୟକ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

କିଛି ଦିନ ତଳେ ସୌରଭ ଗାଙ୍ଗୁଲି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ କରୋନାର ଡେଲଟା ପ୍ଲସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ସୌରଭ ଗାଙ୍ଗୁଲିଙ୍କ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ସୂଚନା ମିଳିଥିଲା।

Comments are closed.