Latest Odisha News

BREAKING NEWS

ଇଂଲଣ୍ଡକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମହିଳା ଟି -୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ତଜମିନ୍ ବ୍ରିଟଜ (୬୮) ଏବଂ ଲୌରା ୱୋଲୱାର୍ଡ (୫୩)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୧୬୪ ସ୍କୋର କରିଥିଲେ। ଜବାବରେ ଇଂଲଣ୍ଡ ଦଳ ଧାର୍ଯ୍ୟ ଓଭରରେ ଆଠ ୱିକେଟ୍ ହରାଇ କେବଳ ୧୫୮ ରନ୍ କରିପାରିଥିଲା।

ତାଜମିନ ଏବଂ ୱୋଲୱାର୍ଡ ବ୍ୟତୀତ ଦ୍ରୁତ ବୋଲର ଆୟାବୋଙ୍ଗା ଖାକା ଏବଂ ଇସମାଇଲ ଦକ୍ଷିଣ ଆଫ୍ରିକା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୱୋଲୱାର୍ଡ ଚାରିଟି ୱିକେଟ୍ ନେଇଥିବାବେଳେ ଇସମାଇଲ ତିନୋଟି ୱିକେଟ୍ ନେଇଥିଲେ। ଫାଇନାଲରେ ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜ ସାମ୍ନା କରିବ ଦକ୍ଷିଣ ଆଫ୍ରିକା। ଯାହା ସେମାନଙ୍କ ପାଇଁ ସହଜ ହେବ ନାହିଁ।

ଟାର୍ଗେଟକୁ ପିଛା କରି ୱଲଫର୍ଟ ଇଂଲଣ୍ଡ ପାଇଁ ୪୪ ବଲରୁ ୫୩ ରନ୍ ସଂଗ୍ରହ କରିଥିବାବେଳେ ବ୍ରିଜ୍ ୫୫ ବଲରୁ ୬୮ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ହେଲେ ଏହାପରେ ୱିକେଟ୍ କ୍ରମାଗତ ଭାବେ ଖସିବାରୁ ଇଂଲଣ୍ଡ ଉପରେ ଚାପ ବଢିଥିଲା। ଏବଂ ଏହା ମଧ୍ୟରେ ସେମାନେ ଆଠ ରନରେ ଚାରିଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଯାଇଥିଲେ ।

ଶେଷ ଓଭରରେ ଇଂଲଣ୍ଡ ୧୨ ରନ ଆବଶ୍ୟକ କରିଥିଲା ଏବଂ ନାଇଟ୍ କ୍ରିଜରେ ଥିଲେ। ଏହି ସମୟରେ ଇସମାଇଲ ଭଲ ବୋଲିଂ କରିଥିଲେ। ସେ ତୃତୀୟ ବଲରେ ନାଇଟକୁ ଆଉଟ କରି ଇଂଲଣ୍ଡର ଆଶାକୁ ଭାଙ୍ଗି ଦେଇଥିଲେ।

Comments are closed.