Latest Odisha News

ଏଲଗାରଙ୍କ ଶତକ, ଦକ୍ଷିଣ ଆଫ୍ରିକା ୧୧ ରନରେ ଅଗ୍ରଣୀ

ସେଂଚୁରିଆନ: ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୧ ରନର ଅଗ୍ରଣୀ ହାସଲ କରିନେଇଛି । କ୍ୟାରିୟରର ଶେଷ ଟେଷ୍ଟ ସିରିଜ ଖେଳୁଥିବା ଡିନ ଏଲଗାରଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ୫ ୱିକେଟ ବିନିମୟରେ ୨୫୬ ରନ କରିଛି । ଖରାପ ଆଲୋକ ଯୋଗୁ ନିର୍ଦ୍ଧାରିତ ଓଭର ପୂର୍ବରୁ ଖେଳକୁ ବନ୍ଦ ରଖା ଯାଇଥିଲା । ଏଲଗାର ୧୪୦ ଓ ମାର୍କୋ ୟାନସେନ ୩ ରନ କରି ଅପରାଜିତ ରହିଛନ୍ତି । ଏଲଗାରଙ୍କ ଏହା ୧୪ତମ ଟେଷ୍ଟ ଶତକ । ସେ ଟୋନି ଡି ଜର୍ଜଙ୍କ ସହ ୯୩ ଓ ଡେଭିଡ ବେଣ୍ଡିଘମଙ୍କ ସହ ୧୩୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ୨ଟି ଲେଖାଁଏ ୱିକେଟ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ହାସଲ କରିଛନ୍ତି । ପୂର୍ବରୁ ଭାରତ ତାର ପ୍ରଥମ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇ ଯାଇଥିଲା । କେଏଲ ରାହୁଲ ୧୦୧ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରି ନ ଥିଲେ ।

Leave A Reply

Your email address will not be published.