ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପରିବେଶରେ ୨ଟି ଟେଷ୍ଟ ଖେଳିବ । ଦକ୍ଷିଣ ଆଫ୍ରିକା ଟିମ ଏହି ଗସ୍ତ ପାଇଁ ୧୫ଜଣିଆ ଦଳର ଘୋଷଣା କରିଛି । ଆଇଡେନ ମାର୍କରାମଙ୍କ ବଦଳରେ ପୂନର୍ବାର ଟେମ୍ବା ବାଭୁମା ଦଳର ନେତୃତ୍ୱ ନେବେ । ବାଭୁମାଙ୍କ ଅନୁପସ୍ଥିତିରେ ମାର୍କରାମ ପାକିସ୍ତାନ ବିପକ୍ଷ ସିରିଜରେ ଦଳର ନେତୃତ୍ୱ ନେଇଥିଲେ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ହୋଇଥିଲା । ନୂଆ ଚକ୍ରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ ଜାରୀ ରଖିଛି । ପାକିସ୍ତାନ ବିପକ୍ଷରେ ସିରିଜ ଡ୍ର କରିବାରେ ଦଳ ସଫଳ ହୋଇଛି । ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ଆଶରେ ଟିମ ରହିଛି ।
ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ କୋଲକାତାରେ ଏବଂ ୨୨ରୁ ଦ୍ୱିତୀୟ ଟେଷ୍ଟ ଗୌହାଟୀରେ ଖେଳାଯିବ । ଏହି ଗସ୍ତରେ ଓଭରାଲ ଦକ୍ଷିଣ ଆଫ୍ରିକା ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ନମ୍ବେମ୍ବର ୩୦ରୁ ଦିନିକିଆ ଓ ଡିସେମ୍ବର ୯ରୁ କଟକରେ ଟି୨୦ ସିରିଜ ଆରମ୍ଭ ହେବ ।
ଦକ୍ଷିଣ ଆଫ୍ରିକା ଟିମ: ଟେମ୍ବା ବାଭୁମା(ଅଧିନାୟକ), ଡେୱାଲ୍ଡ ବ୍ରେଭିସ, ମାର୍କୋ ୟାନସେନ, ଆଡେନ ମାର୍କରାମ, ଜୁବୈର ହାମଜା, କେଶବ ମହାରାଜା, ର୍ୟାନ ରିକଲଟନ, ଟୋନୀ ଡି ଜର୍ଜି, ସେନୁରନ ମୁତୁସାମୀ, ଟ୍ରିଷ୍ଟନ ଷ୍ଟବ୍ସ, କେଭିନ ୱାଶ, କାଗିସୋ ରାବାଡା, କାଇଲ ବିରେନ, ୱିୟାନ ମୁଲ୍ଡର ଓ ସାଇମନ ହାର୍ପର ।
Comments are closed.