ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଐତିହାସିକ ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରେକର୍ଡର ଲମ୍ବା ଲାଇନ ଲଗାଇ ଦେଇଛି । ୫୦ ଓଭରରେ ୫ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୪୨୮ ରନ ସଂଗ୍ରହ କରିଛି । ଯାହା କି ବିଶ୍ୱକପ କ୍ରିକେଟରେ ସର୍ବାଧିକ ଦଳଗତ ସ୍କୋର । ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୪୧୭ ରନ କରିଥିଲା ।ଏହି ମ୍ୟାଚରେ ରାସୀ ୱାନ ଡେର ହାସନ (୧୦୮), କ୍ୱିଟନ ଡିକକ୍(୧୦୦ ) ଓ ଆଡାମ ମାର୍କରାମ(୧୦୬) ଶତକ ହାସଲ କରିଥିଲେ । ଏହା ପୂର୍ବରୁ ଗୋଟିଏ ଟିମ ପକ୍ଷରୁ ୩ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରି ନ ଥିଲେ ।
ସେହିପରି ମାର୍କରାମ ସବୁଠାରୁ କମ ୪୯ ବଲରେ ଶତକ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି । ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୩ ଛକା ମାରିଥିଲେ । ମାର୍କରାମ ଆୟର୍ଲାଣ୍ଡର କେଭିନ ଓ ବ୍ରେନଙ୍କ ୫୦ ବଲରୁ ଶତକ ରେକର୍ଡ ଭଙ୍ଗ କରିଛନ୍ତି । ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତି ନେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
Comments are closed.