ଇନ୍ଦୋର: ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪୯ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜ ଜିତିଥିବା ଭାରତ ଶେଷ ମ୍ୟାଚରେ ପରାସ୍ତ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଥିଲା। ଜିତିବା ପାଇଁ ଭାରତ ସମ୍ମୁଖରେ ଥିଲା ୨୨୮ ରନର ବଡ ଟାର୍ଗେଟ। ତେବେ ପ୍ରଥମରୁ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ । ସେ ଶୂନରେ ଆଉଟ ହୋଇଥିଲେ । ପରେ ଶ୍ରେୟସ ଆୟର ମଧ୍ୟ ୧ ରନ କରି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ କିଛି ଭଲ ସର୍ଟ ଖେଳି ୪୬ ରନ କରି ଆଉଟ ହୋଇଥିବା ବେଳେ ପନ୍ତ ୨୭ ରନ୍ କରି ଆଉଟ ହୋଇଥିଲେ । ଗୋଟେ ପରେ ଗୋଟେ ଉଇକେଟ କ୍ରମାଗତ ଭାବେ ହରାଇ ଚାଲିଥିଲା ଭାରତ । ହର୍ଷଲ ପଟେଲ ୧୭ ରନ୍ କରିଥିବା ବେଳେ ଦୀପକ ଚହର ୩୧ ରନ୍ କରିଥିଲେ । ଉମେଶ ଯାଦବ ୨୦ ରନ କରିଥିଲେ ।
South Africa win the third & final T20I of the series.
But it's #TeamIndia who clinch the series 2⃣-1⃣. 👏 👏
Scorecard ➡️ https://t.co/dpI1gl5uwA#INDvSA pic.twitter.com/S5GTIqFAPQ
— BCCI (@BCCI) October 4, 2022
ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଲେ ରୁସୋ ୧୦୦ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଡି କକ୍ ୬୮ ରନ କରି ଭାରତ ପାଇଁ ବଡ଼ ଟାର୍ଗେଟ ଦେଇଥିଲେ । ଟସ ଜିତି ରୋହିତ ଶର୍ମା ଫିଲଡିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଛୋଟ ପଡ଼ିଆ ଯୋଗୁଁ ଛକା ଚୈାକା ପିଟି ଚାଲିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି । ତେବେ ଆଜି ମଧ୍ୟ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମାଙ୍କ ବିଫଳ ହୋଇଥିଲେ ।
Comments are closed.