ଗୌହାଟୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୪୦୮ ରନରେ ଶୋଚନୀୟ ଭାବେ ଭାରତକୁ ଘରୋଇ ପରିବେଶରେ ପରାସ୍ତ କରିଛି । ୨୫ ବର୍ଷ ପରେ ଭାରତକୁ ତାର ମାଟିରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ କରିଛି । ଏହା ପୂର୍ବରୁ ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା । ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତ ୧୪୦ ରନରେ ଅଲଆଉଟ ହୋଇ ଯାଇଥିଲା । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୪ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ୬ଟି ୱିକେଟ ଅକ୍ତିଆର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୨୦୧ରନ କରିବାକୁ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକା ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା । ୫ ୱିକେଟ ବିନିମୟରେ ୨୬୦ ରନ କରି ଇନିଂସ ଘୋଷଣା କରିଥିଲା । ଟ୍ରିଷ୍ଟାନ ଷ୍ଟବ୍ସ ୯୪ ରନ କରିଥିଲେ । ଭାରତ ପକ୍ଷରୁ ଜାଡେଜା ୪ଟି ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପରିବେଶରେ କ୍ଲିନ ସୁଇପ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି ।
Comments are closed.