Latest Odisha News

ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮.୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୩୭ ରନ କରିଥିଲେ । ମାର୍କୋ ଜାନେସନ ଓ ୱିଆନ ମୁଲଡର ୩ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୧୮୦ ରନର ଲକ୍ଷ୍ୟକୁ ୨୯.୧ ଓ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ରାସୀ ଭାନ ଡେର ଡୁସେନ ୭୨ ଓ ହେନରୀ କ୍ଲାସେନ ୬୪ ରନ କରି ଅପରାଜିତ ରହିଥିଲେ ।

ଦକ୍ଷିଣ ଆଫ୍ରିକା ୪ର୍ଥ ଦଳ ଭାବେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହୋଇ ସାରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଜାନେସନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଲିଗ ମ୍ୟାଚ ଖେଳାଯିବା ପରେ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହେବ ।

Comments are closed.