Latest Odisha News

BREAKING NEWS

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ ପ୍ରାୟ ୩ଟା ସମୟରେ ଏହା ଘଟଣା ଘଟିଛି  । ଏହାପରେ ଲାରାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି  ।

ସୂଚନା ମୂତାବକ ଆଜି ସକାଳ ୩ଟାରେ ଯେତେବେଳେ ବିଜୟ ତାଙ୍କ ଝିଆ ଲାରାର କୋଠରୀକୁ ଯାଇଥିଲେ । ତାଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ବିଜୟ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଲାରାକୁ ମେଡିକାଲକୁ ନେଇଥିଲେ  । ହେଲେ ସେଠାରେ ଲାରାର ମୃତ୍ୟୁ ଘଟିଛି  । ଲାରା ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନି ।

Leave A Reply

Your email address will not be published.