Latest Odisha News

BREAKING NEWS

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି।

ଆମେରିକା, ଦକ୍ଷିଣ କୋରିଆ ଏବଂ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆ ଅକ୍ଟୋବର ମାସରେ ଋଷକୁ ୧୦ ହଜାରରୁ ଅଧିକ ସୈନିକ ପଠାଇଥିଲା।

ଏନେଇ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ସଚିନ୍ ୱନ୍ସିକ୍ ଶୁକ୍ରବାର ଦିନ ଗଣମାଧ୍ୟମରେ କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ଋଷ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଛି। ଏହା ଉତ୍ତର କୋରିଆକୁ ସାମରିକ କ୍ଷେତ୍ରରେ ସହାୟକ ହେବ।

 

Comments are closed.