Latest Odisha News

BREAKING NEWS

ଉତ୍ତର କୋରିଆର ୨୦୦ ତୋପ ନିକ୍ଷେପ ପରେ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଲା ଦକ୍ଷିଣ କୋରିଆ 

ସିଓଲ୍‌: ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଅନେକ ଶାନ୍ତି ଚୁକ୍ତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । ଆଜି ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମା ନିକଟରେ ୨୦୦ ରୁ ଅଧିକ ତୋପ ବୋମା ବା ଆର୍ଟିଲରି ସେଲ୍‌ ନିକ୍ଷେପ କରିଛି ।ଏହାପରେ ୟେଓନ୍‌ପିୟେଓଙ୍ଗ୍‌ ଦ୍ବୀପରୁ ଜନସ୍ଥାନାନ୍ତରଣ ପାଇଁ ଦକ୍ଷିଣ କୋରିଆ ନିର୍ଦ୍ଦେଶ ଦେଇଥିବା କଥା ‘ୟୋନ୍‌ହାପ୍‌’ ନିଉଜ୍‌ ‌ଏଜେନ୍‌ସି ରିପୋର୍ଟ ପ୍ରକାଶ କରିଛି।

ଆର୍ଟିଲରି ସେଲ୍‌ ନିକ୍ଷେପ ସତ୍ତ୍ୱେ ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ନିକଟ ‘ନର୍ଦନ୍‌ ଲିମିଟ୍‌ ଲାଇନ୍‌’ ମଧ୍ୟରେ ପଡ଼ିଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫସ୍‌ ଷ୍ଟାଫ୍‌ କହିଛନ୍ତି ଯେ, ଉତ୍ତର କୋରିଆ ବିବାଦୀୟ ପଶ୍ଚିମ ସମୁଦ୍ର ସୀମା ଅନ୍ତର୍ଗତ ଜଳରାଶିକୁ ପ୍ରାୟ ୨୦୦ ରାଉଣ୍ଡ୍‌ ଆର୍ଟିଲରି ସେଲ୍‌ ନି‌କ୍ଷେପ କରିଛି। ଏହା ୨୦୧୮ ସେନା ରାଜିନାମାର ଉଲ୍ଲଂଘନ।

ଏଭଳି କାର୍ଯ୍ୟ କୋରୀୟ ଉପଦ୍ବୀପରେ ଉତ୍ତେଜନା ବୃଦ୍ଧି ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବା ପାଇଁ କରାଯାଉଛି। ଆଜି ଉତ୍ତର କୋରିଆ ସୀମା ନିକଟ ୟେଓନ୍‌ପିୟେଓଙ୍ଗ୍‌ ଦ୍ୱୀପର ବାସିନ୍ଦାଙ୍କୁ ଏକ ଥଇଥାନ ବିଜ୍ଞପ୍ତି ଜାରି କରି କହିଛି ଯେ, ଦକ୍ଷିଣ କୋରିଆ ସୈନ୍ୟମାନେ ଏହି ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରିବେ।

 

 

 

Comments are closed.