ନୂଆଦିଲ୍ଲୀ : ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ପକ୍ଷୀ ପିଟି ହୋଇ ଲାଣ୍ଡ ଗିଅର୍ ଅଚଳ ହେବା ପରେ ବେଲି ଲାଣ୍ଡିଂ କରି ଦୁର୍ଘଟଣାଗ୍ରସ୍ତ ହୋଇଛି ଦକ୍ଷିଣ କୋରିଆ ଜେଜୁ ଏୟାର୍ ଲାଇନ୍ସର ବୋଇଂ ବିମାନ । ଯେଉଁଥିରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି ୨ ଜଣ କ୍ରୁ ମେମ୍ବର ।ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରେ ପକ୍ଷୀ ପିଟି ହୋଇ ଲାଣ୍ଡ ଗିଅର୍ ଅଚଳ ହେବା ପରେ ବେଲି ଲାଣ୍ଡିଂ କରି ଦୁର୍ଘଟଣାଗ୍ରସ୍ତ ହୋଇଛି ଦକ୍ଷିଣ କୋରିଆ ଜେଜୁ ଏୟାର୍ ଲାଇନ୍ସର ବୋଇଂ ବିମାନ । ଯେଉଁଥିରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି ୨ ଜଣ କ୍ରୁ ମେମ୍ବର ।
ବିମାନଟିରେ ରହିଥିଲେ ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୭୫ ଜଣ ଯାତ୍ରୀ ହୋଇଥିବା ବେଳେ ୬ ଜଣ କ୍ରୁ ମେମ୍ବର ରହିଥିଲେ । ସମସ୍ତ ଯାତ୍ରୀ, ଦୁଇ ପାଇଲଟଙ୍କ ଜୀବନ ଯାଇଥିବା ବେଳେ ବଞ୍ଚି ଯାଇଛନ୍ତି ୨ ଜଣ କ୍ରୁ ମେମ୍ବର । ସେମାନଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି । ଦକ୍ଷିଣ କୋରିଆ ଜେଜୁ ଏୟାର ଲାଇନ୍ସର ଏହି ବିମାନଟି ଥାଇଲାଣ୍ଡରୁ ଫେରିଥିଲା । ଲାଣ୍ଡିଂ ବେଳେ ଏଭଳି ଅଘଟଣ ହୋଇଛି । ରନୱେରେ ଲାଣ୍ଡିଂ ରନ୍ରେ ଥିବା ବେଳେ ବିମାନ ବନ୍ଦର ପାଚେରୀରେ ପିଟି ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି ।
ଦୁର୍ଘଟଣାର ଦୁଇ ମିନିଟ୍ ପୂର୍ବରୁ କଂଟ୍ରୋଲ୍ ଟାୱାରକୁ ମିଡ୍-ଡେ କଲ୍ (Mayday call) ଦେଇଥିଲେ । ସେପଟେ ୩ ମିନିଟ ପରେ କଂଟ୍ରୋଲ୍ ଟାୱାର୍ ବିମାନରେ ପକ୍ଷୀ ପିଟି ହୋଇଯାଇଥିବା ୱାର୍ଣ୍ଣିଂ ଦେଇଥିଲା । ବୋଇଂ ଶ୍ରେଣୀର ଏହି ବିମାନଟି ଲମ୍ବା ହୋଇଥିବା ବେଳେ ରନୱେର ଦୈର୍ଘ୍ୟ ୨୮ ଶହ ମିଟର । ରନୱେର ଲମ୍ବ ଛୋଟ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ସମ୍ଭାବନାକୁ ଅଗ୍ରାହ୍ୟ କରିଛନ୍ତି ମୁଆଁ ବିମାନ ବନ୍ଦର କର୍ତ୍ତୃପକ୍ଷ । ଏହି ସମାନ ଲମ୍ବର ବିମାନ ଏହି ରନୱେରେ ବିନା ସମସ୍ୟାରେ ଚଳପ୍ରଚଳ କରିଥିବା କହିଛନ୍ତି କର୍ତ୍ତୃପକ୍ଷ ।
କୁହାଯାଉଛି, ବିମାନରେ ପକ୍ଷୀ ପିଟି ହେବା ପରେ ଏହାର ଲାଣ୍ଡିଂ ଗିଅର୍ ଅଚଳ ହୋଇ ଯାଇଥିଲା । ବିମାନର ଚକା ବାହାରି ନଥିଲା । ଯେଉଁଥି ପାଇଁ ପାଇଲଟ୍ ପ୍ରଥମେ କ୍ରାସ୍ ଲାଣ୍ଡିଂ ଚେଷ୍ଟା କରିଥିଲେ, କିନ୍ତୁ ତାହା ମଧ୍ୟ ସଫଳ ହୋଇପାରିଲାନି । କ୍ରାସ୍ ଲାଣ୍ଡିଂ ବିଫଳ ହେବାରୁ ବେଲି ଲାଣ୍ଡିଂ କରାଇଥିଲେ । କିନ୍ତୁ ରନୱେରେ ବିମାନର ବେଗ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଥିଲା । ଏହା ହିଁ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡକୁ ଅଧିକ କରାଇଥିବା ବିଶେଷଜ୍ଞ କହୁଛନ୍ତି । ପାଇଲଟଙ୍କ ବିମାନ ଚାଳନାକୁ ନେଇ ପ୍ରଶ୍ନ ଉଠୁଛି । କିଛି ଅଭିଜ୍ଞ ପାଇଲଟଙ୍କ କହିବା କଥା, ଯଦି ଲାଣ୍ଡିଂ ଗିଅର୍ କାମ ନକଲା କିମ୍ବା ଅନ୍ୟ କୌଣସି ବୈଷୟିକ ତ୍ରୁଟି ଦେଖାଦେଲା । ତେବେ କ୍ରାସ୍ କିମ୍ବା ବେଲି ଲାଣ୍ଡିଂ ପୂର୍ବରୁ ବିମାନ ବନ୍ଦର ଉପରେ ବିମାନଟି କିଛି ସମୟ ଚକ୍କର କାଟିବାର ଥିଲା । ସେହିଠାରେ ହିଁ ବିମାନର ବେଗ ନିୟନ୍ତ୍ରଣକୁ ଆସିବା ପରେ ପାଇଲଟ୍, କ୍ରାସ୍ କିମ୍ବା ବେଲି ଲାଣ୍ଡି କରାଇବା କଥା । କିନ୍ତୁ ସଂପୃକ୍ତ ବିମାନଟି ଚକ୍କର କାଟିବା ଟ୍ରାଜେକ୍ଟୋରିରେ ଦେଖିବାକୁ ମିଳିନଥିଲା
ପକ୍ଷୀ ପିଟି ହେବା ସହ ଖରାପ ପାଗକୁ ମଧ୍ୟ ଦୁର୍ଘଟଣା ପାଇଁ ଦାୟୀ କରାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପ୍ରାଣ ହରାଇଥିବା ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଜେଜୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ । ୨୦୦୫ରୁ ବିମାନ ସେବାରେ ସାମିଲ ହୋଇଛି ଜେଜୁ ଏୟାର ଲାଇନ୍ସ । ଏହି ଦୁର୍ଘଟଣା ଜେଜୁ ଏୟାର ଲାଇନ୍ସର ପ୍ରଥମ ଦୁର୍ଘଟଣା ।
Comments are closed.