Latest Odisha News

BREAKING NEWS

ଘୋର ଅନ୍ଧକାର ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ କଲା ପୋଲିସ

ସିଓଲ୍: ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲ୍‌ଙ୍କ ଘରେ  ଶହ ଶହ ପୋଲିସ ଅଧିକାରୀ ଚଢାଉ କରି ତାଙ୍କୁ ଗିରଫ କରିଛି।ସେଠାରେ ପୋଲିସ ପହଞ୍ଚିବା ପରେ ୟୋଲଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗଣ୍ଡଗୋଳ ଚାଲି ରହିଥିଲା।

ବୁଧବାର ଭୋରୁ ଭ୍ରଷ୍ଟାଚାର ଯାଞ୍ଚ କାର୍ଯ୍ୟାଳୟର ଶହ ଶହ ପୋଲିସ ଅଧିକାରୀ ଏବଂ ତଦନ୍ତକାରୀ ଅଫିସର ରାଷ୍ଟ୍ରପତିଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରିଥିଲେ। କିଛି ପୋଲିସକର୍ମୀ ସିଡ଼ି ବ୍ୟବହାର କରି କାନ୍ଥ ଚଢ଼ି ପଛ ପଟ ଦେଇ ମୁଖ୍ୟଦ୍ୱାରରେ ପହଞ୍ଚିଥିଲେ। ତେବେ ଏହା ସେମାନଙ୍କର ଦ୍ୱିତୀୟ ପ୍ରୟାସ ଥିବା କୁହାଯାଉଛି।

ଜାନୁଆରୀ ୩ତାରିଖରେ  ପ୍ରଥମ ଥର ଗିରଫ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନଙ୍କ ସହ ବହୁ ସମୟ ଧରି ମୁହାଁମୁହିଁ ହୋଇଥିଲା ଯାହା ଫଳରେ ରାଷ୍ଟ୍ରପତି ଗିରଫ  ହୋଇପାରିନଥିଲେ। ଅପରପକ୍ଷରେ ଗତ ସପ୍ତାହ ଅର୍ଥାତ୍ ଜାନୁଆରୀ ୮ ତାରିଖରେ ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲଙ୍କ ଓକିଲମାନେ ତାଙ୍କୁ ଅଟକ ରଖିବାର ପ୍ରୟାସକୁ ସମାଲୋଚନା କରିଥିଲେ।

 

Comments are closed.