Latest Odisha News

BREAKING NEWS

ହଠାତ ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ୧ରୁ୨ ବର୍ଷ କମିଯିବ !

ସିଓଲ: ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ହଠାତ ୧ରୁ ୨ ବର୍ଷ କମିଯିବ । ବିଶ୍ୱାସ ନ ହେଉଥିଲେ ବି ଏହା ସତ୍ୟ । ଦକ୍ଷିଣ କୋରିଆ ସରକାର ବୟସ ଗଣନା ପାଇଁ ନୂତନ ନିୟମ ଲାଗୁ କରିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ନିୟମ ସହ ବୟସ କମିବାର କଣ ସାମଞ୍ଜସ୍ୟ ରହିଛି ଆସନ୍ତୁ ଜାଣିବା । ଦକ୍ଷିଣ କୋରିଆର ଲୋକଙ୍କ ବୟସ ୩ ପ୍ରକାରର ରହି ଆସିଛି । ଆନ୍ତର୍ଜାତୀୟ ବୟସ, କୋରିଆ ବୟସ ଓ କ୍ୟାଲେଣ୍ଡର ବୟସ । ଏବେ ଏହାକୁ ବଦଳାଇ ସରକାରୀସ୍ତରରେ ଅନ୍ୟ ଦେଶ ପରି ଗୋଟିଏ ପ୍ରକାରର ବୟସ କରାଯିବ । ଦକ୍ଷିଣ କୋରିଆରେ ପିଲାଟିଏ ଜନ୍ମ ହେବା ଦିନକୁ ୧ ବର୍ଷ ଭାବେ ଗଣନା କରାଯାଇଥାଏ । ପ୍ରତ୍ୟେକ ଜାନୁୟାରୀରେ ବୟସକୁ ବୃଦ୍ଧି କରାଯାଇଥାଏ ।

ଉଦାହରଣ ସ୍ୱରୂପ ଗଙ୍ଗନମ ଷ୍ଟାଇଲ ଫେମ ଗାୟକ ସାଇ କୋ ଲେଙ୍କ ଜନ୍ମ ୩୧ ଡିସେମ୍ବର ୧୯୭୭କୁ ହୋଇଥିଲା । ଆନ୍ତର୍ଜାତୀୟ ବୟସ ଅନୁସାରେ ତାଙ୍କୁ ୪୪ ହୋଇଥିବା ବେଳେ କ୍ୟାଲଣ୍ଡର ବର୍ଷରେ ୪୫ ଓ କୋରୀୟ ବୟସରେ ୪୬ ହେଉଛି । ଏବେ ଆନ୍ତର୍ଜାତୀୟ ଅନୁସାରେ ବୟସ ରଖାଯିବର ମାନେ ସେ ୨ ବର୍ଷ କମିଯିବେ । ପ୍ରାରମ୍ଭିକସ୍ତରରେ ନାଗରିକମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଏକ ବଡ ସମସ୍ୟାର ସମାଧାନ ହୋଇଯିବ ବୋଲି କୋରିଆ ସରକାର ଆଶାୟୀ ଅଛନ୍ତି ।

Leave A Reply

Your email address will not be published.