Latest Odisha News

ଆଗୁଆ ମୌସୁମୀ ଛୁଇଁଲା ପଶ୍ଚିମବଙ୍ଗ, ଖୁବଶୀଘ୍ର ଓଡ଼ିଶାରେ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା ପଶ୍ଚିମବଙ୍ଗ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାର ସ୍ୱାଭାବିକ ବର୍ଷା ଆରମ୍ଭ ହୋଇଛି। ଚଳିତଥର ପଶ୍ଚିମବଙ୍ଗରେ 4 ଦିନ ପୂର୍ବରୁ ମୌସୁମୀ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି।

ଜୁନ୍ 8 ସୁଦ୍ଧା କୋଚବିହାର ଛୁଇଁବ ମୌସୁମୀ । ସେହିପରି ଆସନ୍ତା 5 ଦିନ ଯାଏ ପଶ୍ଚିମବଙ୍ଗର ଦାର୍ଜିଲିଂ ଓ କାଲିମ୍ପଙ୍ଗ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର କେରଳକୁ ଛୁଇଁଛି ବୋଲି ଆଇଏମଡି ବୁଲେଟିନରେ କୁହାଯାଇଛି। ଏହି ମୌସୁମୀ ବାୟୁ ସ୍ୱାଭାବିକ ଭାବେ 3 ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ 1 ତାରିଖରେ କେରଳ ଛୁଇଁଥିଲା।

ପଶ୍ଚିମବଙ୍ଗରେ ମୌସୁମୀ ବାୟୁ ଛୁଇଁବା ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲା, ଜମ୍ମୁ କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଏକ ଓ୍ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସ ସୃଷ୍ଟି ହୋଇଛି। ଏହିସବୁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ପ୍ରଦେଶ, ହରିଆଣା ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମ ଉତ୍ତର ପ୍ରଦେଶ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ ପହିଲାରୁ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.