Latest Odisha News

BREAKING NEWS

ଓଡିଶା ଛୁଇଁଲା ମୌସୁମୀ, ପ୍ରଭାବରେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । କିଛି ଦିନ ମଧ୍ୟରେ ଏହା ସାରା ଓଡିଶାରେ ରଚିବ ତାଣ୍ଡବ । ଏହାକୁ ନେଇ ଅନେକ ସ୍ଥାନରେ ବର୍ଷା ହେବା କାରଣରୁ ତାତିରୁ ଆଶ୍ବସ୍ତି ମିଳୀିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ଗତକାଲି ଠାରୁ ଏହାର ପ୍ରଭାବରେ ଯାଜପୁର, ମାଲକାନଗିରି, ନୟାଗଡ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରପଡାରେ ବର୍ଷା ହୋଇଥିବାର ଦେଖାଦେଇଛି । ଆଉ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅନେକ ସ୍ଥାନରେ ତାର ପ୍ରଭାବ ଜାରି ରଖିଛି ।

Comments are closed.