ଲଣ୍ଡନ: ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପର୍ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା(ଏସ୍ପି)। ଗତକାଲି ଲଣ୍ଡନରେ ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ହିନ୍ଦୁଜାଙ୍କ ମୃତ୍ୟୁକୁ ନେଇ କମ୍ପାନୀର ମୁଖପାତ୍ର ଏକ ବିବୃତି ଜାରି କରି ସୂଚନା ଦେଇଛନ୍ତି।
ଏଥିରେ କୁହାଯାଇଛି ଯେ “ଗୋପିଚାନ୍ଦ, ପ୍ରକାଶ, ଅଶୋକ ଓ ପୂରା ହିନ୍ଦୁଜା ପରିବାର ବେଶ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମ ପରିବାରର ସବୁଠାରୁ ବଡ଼ ଓ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଏସ୍ପି ହିନ୍ଦୁଜାଙ୍କର ପରଲୋକ ହୋଇଛି।”
ସୂଚନା ଥାଉକି, ୪ ହିନ୍ଦୁଜା ଭାଇଙ୍କ ମଧ୍ୟରେ ଏସ୍ପି ସବୁଠାରୁ ବଡ଼ ଥିଲେ। ଏସ୍ପିଙ୍କ ବାପା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜା ପ୍ରଥମେ ଗ୍ରୁପର ପ୍ରତିଷ୍ଠା କରିଥିଲେ। ବ୍ୟାଙ୍କିଙ୍ଗ, ଅର୍ଥ, ପରିବହନ, ଶକ୍ତି, ଟେକ୍ନୋଲଜି, ମିଡିଆ ଓ ପୁନଃନବୀକରଣ ଶକ୍ତି ଆଦି କ୍ଷେତ୍ର ସହ ହିନ୍ଦୁଜା ଗ୍ରୁପ୍ ଜଡ଼ିତ।ଏସ୍ପି ହିନ୍ଦୁଜାଙ୍କ ଅଧିକାଂଶ ସମୟ ଭାରତ, ୟୁକେ ଓ ଇରାନରେ କଟିଥିବା ବେଳେ ସେ ଜୀବନ ରେ ଅନକେ ସଫଳତା ଓ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ। ବ୍ରିଟିଶର ଧନି ଲୋକଙ୍କ ତାଲିକାରେ ହିନ୍ଦୁଜା ଗ୍ରୁପର ନାଁ ରହିଛି।
ଏସ୍ପି ହିନ୍ଦୁଜା ୧୯୫୨ରେ ପାଠପଢ଼ା ସାରିବା ପରେ ପରିବାର ବ୍ୟବସାୟ ସମ୍ଭାଳିଥିଲେ। ୩ ଭାଇଙ୍କ ସହ ମିଶି ହିନ୍ଦୁଜା ଗ୍ରୁପ୍କୁ ଅଫ କମ୍ପାନୀକୁ ଆହୁରି ବିସ୍ତାର କରିଥିଲେ। ୩ ଭାଇଙ୍କ ପରିଶ୍ରମରେ ଏସିଆ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଆମେରିକାରେ ହିନ୍ଦୁଜା ଗ୍ରୁପ୍ ବ୍ୟବସାୟ ଚାଲିଛି।
ସୂଚନା ଥାଉକି, ଚଳିତ ବର୍ଷ ଆରମ୍ଭରେ ଏସ୍ପି ହିନ୍ଦୁଜାଙ୍କ ପତ୍ନୀ ମଧୁ ହିନ୍ଦୁଜାଙ୍କର ୮୨ ବର୍ଷରେ ମୃତ୍ୟୁହୋଇଥିଲା। ସେହିପରି ତାଙ୍କର ପୁଅ ଧର୍ମ ହିନ୍ଦୁଜାଙ୍କର ୧୯୯୨ରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏସ୍ପିଙ୍କର ଶାନୁ ଓ ବିନୁ ନାଁରେ ଦୁଇଟି ଝିଅ ଅଛନ୍ତି।
ବ୍ରିଟିଶ ଭାରତର କରାଚିରେ ଜନ୍ମ ଗ୍ରହଣ କରିଥିବା ଏସ୍ପି ଓ ତାଙ୍କର ଦୁଇ ସାନ ଭାଇ ପରେ ୟୁକେ ପଳାଇଥିଲେ। ସେଠାରେ ସେମାନଙ୍କ ପରିବାର ରହୁଛନ୍ତି। ହିନ୍ଦୁଜା ଭାଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ବି ଲାଗିଥିଲା। ଏସ୍ପି ଓ ତାଙ୍କର ଦୁଇ ସାନ ବୋଫର୍ସ ସ୍କାମରେ ଫସିଥିଲେ।
ହିନ୍ଦୁଜା ବ୍ରଦର୍ଶ ସ୍ୱିଡେନ ଗନମେକର ଏବି ବୋଫର୍ସକୁ ଭାରତର ସରକାରଙ୍କ ଡିଲ୍ ଦେବା ପାଇଁ ୬୪ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ତେବେ ୨୦୦୫ରେ ପ୍ରମାଣ ଅଭାବରୁ ୩ ଭାଇଙ୍କୁ ଏହି ମାମଲାରୁ ଖଲାସ କରିଥିଲେ ଦିଲ୍ଲୀ ହାଇକୋର୍ଟ।
Comments are closed.