Latest Odisha News

BREAKING NEWS

ସ୍ପାନିଶ ପାରା ବ୍ୟାଡମିଂଟନ: ପ୍ରମୋଦଙ୍କୁ ଡବଲ ପଦକ, ବିଶୋୟୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଟୋଲେଡୋରେ ଚାଲିଥିବା ଆନ୍ତର୍ଜାତୀୟ ସ୍ପାନିଶ ପାରା ବ୍ୟାଡମିଂଟନ ଲେଭଲ ୧ରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଖେଳାଳି ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଫାଇନାଲରେ ସେ ଡାନିୟଲ ବେଥେଲଙ୍କ ନିକଟରୁ ୬-୨୧, ୧୮-୨୧ରେ ହାରି ଯାଇଥିଲେ । ମିକ୍ସଡ ଡବଲ୍ସରେ ସେ ମନୀଷା ରାମଦାସଙ୍କୁ ସାଥୀ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଗତ ସଂସ୍କରଣ ତୁଳନାରେ ପ୍ରମୋଦ ପ୍ରଦର୍ଶନ କିଛି ମାତ୍ରାରେ ନୈରାଶ୍ୟଜନକ ରହିଛି ।

୨୦୨୨ରେ ସେ ସିଙ୍ଗଲ୍ସ, ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପ୍ରମୋଦଙ୍କ ସାଥୀ ଖେଳାଳି ଦୀପ ରଞ୍ଜନ ବିଶୋୟୀ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ମନୋଜ ସରକାରଙ୍କୁ ସାଥୀ କରି ଖେଳିଥିଲେ ।

Leave A Reply

Your email address will not be published.