Latest Odisha News

BREAKING NEWS

ଲତାଙ୍କ ସ୍ମୃତିକୁ ମନେ ରଖିବା ପାଇଁ ସ୍ୱତନ୍ତ୍ର ଷ୍ଟାମ୍ପର ପ୍ରଚଳନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଏହି କ୍ରମରେ ଲତାଙ୍କୁ ଅମର ରଖିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଷ୍ଟାମ୍ପ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ସରକାର ଡିଜାଇନ୍ ଚୟନ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ରେଳମନ୍ତ୍ରୀ ଆହୁରି କହିଛନ୍ତି କି ‘ଲତା ଦିଦିଙ୍କ ପାଇଁ ଏହା ଏକ ଛୋଟ ଉପହାର ।

ସୂଚନା ମୁତାବକ ଏକ ସ୍ୱତନ୍ତ୍ର ଟିମ ଷ୍ଟାମ୍ପର ଡିଜାଇନକୁ ପ୍ରସ୍ତୁତ କରୁଛନ୍ତି । ଏହି ଷ୍ଟାମ୍ପ ୩ ପ୍ରକାରର ହେବ ବୋଲି ଅନୁମାନ କରାଯାଇଛି । ଷ୍ଟାମ୍ପରେ ଲତାଙ୍କ ପେନସିଲ ସ୍କେଚ ରହିବ କି ଲତାଙ୍କର ଏକ ସ୍ୱତନ୍ତ୍ର ରଙ୍ଗୀନ ଛବି ରହିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସରକାର ଏହି ଷ୍ଟାମ୍ପର ଉନ୍ମୋଚନ ଲତା’ଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୨୮ ତାରିଖରେ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.