ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଚଳାଚଳ କଲା ସ୍ପେଶାଲ ଟ୍ରେନ୍ । ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହୀରାକୁଦ୍ ସ୍ପେଶାଲ୍, ପୁରୀ-ହାଓ୍ବଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଓ ଖୋର୍ଦ୍ଧା ରୋଡ୍-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ ।
୦୮୫୦୩/୦୮୫୦୪ ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହୀରାକୁଦ୍ ସ୍ପେଶାଲ ତ୍ରି-ସାପ୍ତାହିକ ସ୍ପେଶାଲ ଟ୍ରେନ ବିଶାଖାପାଟନମ୍ ଠାରୁ ସେପ୍ଟେମ୍ବର ୧୧ ତାରିଖରୁ ଏବଂ ଅମୃତସରରୁ ସେପ୍ଟେମ୍ବର୧୫ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚ ଗୁଡ଼ିକ ବଦଳରେ ହୀରାକୁଦ ସ୍ପେଶାଲ୍ ଟ୍ରେନ୍ ଆଧୁନିକ ଲିଙ୍କେ-ହୋଫମ୍ୟାନ୍-ବସ୍ କୋଚ୍ ସହିତ ଚଳାଚଳ କରିବ ।
ଏହି ଟ୍ରେନ୍ ପ୍ରତି ସୋମବାର, ଗୁରୁବାର ଓ ଶୁକ୍ରବାର ରାତି ୧୨ଟା ୨୫ରେ ବିଶାଖାପାଟନମ୍ ଛାଡିବ ଏବଂ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ରବିବାର ଦିନ ଅମୃତସରରୁ ରାତ୍ରି ୧୧ଟା ୫୫ରେ ଛାଡିବ । ଏହି ଟ୍ରେନ୍ ଭୁବନେଶ୍ବର, ସମ୍ବଲପୁର, ବିଳାସପୁର, କାଟନି, ମୁରୱାରା, ଝାନ୍ସୀ, ଆଗ୍ରା କାଣ୍ଟ, ନୂଆଦିଲ୍ଲୀ, ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମାନଙ୍କରେ ରହଣି କରିବ ।
୦୮୪୧୦/୦୮୪୦୯ ପୁରୀ-ହାଓ୍ବଡ଼ା-ପୁରୀ ସ୍ପେଶାଲ୍ ପୁରୀରୁ ସେପ୍ଟେମ୍ବର ୧୫ ତାରିଖରୁ ରାତ୍ରି ୧୦ଟା ୪୦ରେ ଏବଂ ହାଓଡ଼ାରୁ ସେପ୍ଟେମ୍ବର ୧୬ରୁ ସନ୍ଧ୍ୟା ୭ଟା ୫ରେ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀ ଓ ହାଓ୍ବଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା, ଖଡଗପୁର, ମେଛେଦା ଏବଂ ସନ୍ତ୍ରାଗାଛି ଷ୍ଟେସନରେ ରହଣି କରିବ ।
୦୮୪୦୪/୦୮୪୦୩ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ପୁରୀରୁ ସେପ୍ଟେମ୍ବର ୨୦ ତାରିଖରୁ ସନ୍ଧ୍ୟା ୫ଟା ୪୫ରେ ଛାଡିବାକୁ ଥିବା ବେଳେ, ଏହା ସେପ୍ଟେମ୍ବର ୨୧ ତାରିଖରୁ ଖୋର୍ଦ୍ଧା ରୋଡ଼ରୁ ସକାଳ ୭ଟା ୪୫ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ଉଭୟ ଦିଗରୁ ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକି ଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ରୋଡ଼, ଡେଲାଙ୍ଗ, କଣାସ ରୋଡ୍, ମୋଟାରୀ ଏବଂ ହରିପୁରଗ୍ରାମ ଷ୍ଟେସନ ମାନଙ୍କରେ ରହଣି କରିବ ।
Comments are closed.