Latest Odisha News

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ଘରେ ଜଷ୍ଟିସ ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜଷ୍ଟିସ ବିହାରୀଙ୍କ ଘର ଯାଜପୁର ଜିଲ୍ଲା ବୋଲି ଜଣାପଡ଼ିଛି ।

ଜଷ୍ଟିସ ସୁବାସ ବିହାରୀଙ୍କ ସହକର୍ମୀଙ୍କ ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ହେବ ସେ ଛୁଟିରେ ଥିଲେ । ଶୁକ୍ରବାର ଛୁଟି ପରେ ପୁଣି କାର୍ଯ୍ୟରେ ଯୋଗ ଦେବାର ଥିଲା । କିନ୍ତୁ ପୁଣି ଛୁଟି ନେଇଥିଲେ ।

ଜଷ୍ଟିସ ବିହାରୀ ଶୁକ୍ରବାର ସକାଳ ୧୦ଟାରେ ପୁଣି ଛୁଟି ନେବେ ବୋଲି ତାଙ୍କ ଷ୍ଟେନୋଙ୍କ ସହ କଥା ହୋଇଥିଲେ । ଷ୍ଟେନୋ ୧୦ଟା ସମୟ ପରେ ପରେ ଛୁଟି ଦରଖାସ୍ତ ଲେଖି ଜଷ୍ଟିସ ବିହାରୀଙ୍କୁ ପଠାଇଥିଲେ ବୋଲି କହିଛନ୍ତି ତାଙ୍କ ଷ୍ଟେନୋ ।

ଜଷ୍ଟିସ ବିହାରୀଙ୍କ ସହକର୍ମୀ ତଥା ଜଡ଼ିତ ଥିବା ଆଇନଜୀବୀ ମାନେ କହିଛନ୍ତି ଯେ, ସେ କେବେ ମାନସିକ ଅବସାଦ ଥିବା ଜଣାପଡୁନଥିଲେ । ସେ ଅତ୍ୟନ୍ତ ମେଳାପୀ ଲୋକ ଥିଲେ ଏବଂ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ ବୋଲି କହିଛନ୍ତି ।

ଆତ୍ମହତ୍ୟା ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚ ଅଧିକ ତଦନ୍ତ କରୁଛି ବୋଲି ଜଣାପଡ଼ିଛି ।

Comments are closed.