Latest Odisha News

BREAKING NEWS

ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭଦ୍ରକ: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ‘ଦାନା’ । ପ୍ରଭାବରେ ଆଝି ସକାଳୁ ସକାଳୁ ଟ୍ଵିନ ସିଟି ସମେତ ବିଭିନ୍ନ ସ୍ଥାନରେ ଆରମ୍ବ ହୋଇଛି ଝିପ ଝିପ ବର୍ଷା । କ୍ରମଶଃ ବଢିବାରେ ଲାଗିଛି ପବନର ବେଗ । ଅଶାନ୍ତ ହୋଇ ଉଠିଲାଣି ସମୁଦ୍ର । ଆଜି ରାତିରୁ ଆସନ୍ତା କାଲି ଭୋର୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ସେପଟେ ବାତ୍ୟାରୁ ରକ୍ଷା ପାଇବା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଭଦ୍ରକ ଧାମରାସ୍ଥିତ ମା ଧାମରାଇ ମନ୍ଦିରରେ ଆଜି ସକାଳୁ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଦାନା’ବିପଦରୁ ରକ୍ଷା ପାଇବା ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ ସହ ଗ୍ରାମବାସୀ ସଂକୀର୍ତ୍ତନ କରୁଛନ୍ତି। ଅତୀତରେ ଅନେକ ବାତ୍ୟା ହୋଇଥିବାବେଳେ ମା ଧାମରାଇଙ୍କ କୃପାରେ ଧାମରା ଅଞ୍ଚଳର କୌଣସି କ୍ଷତି ହୋଇନଥିବା ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।

ସେପଟେ ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ବର୍ତ୍ତମାନ ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଏବଂ ଧାମରାଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଛି ‘ଦାନା’ । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହେଉଛି। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ‘ଦାନା’ ସ୍ଥଳଭାଗକୁ ଛୁଇଁବ । ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ।

 

Leave A Reply

Your email address will not be published.