ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ଛାଭା’ର ସ୍ପେଶାଲ ସ୍କ୍ରିନିଂ କରାଯିବ।
ତେବେ ଏହି ଫିଲ୍ମ ଗୁରୁବାର ସଂସଦର ବାଲଯୋଗୀ ଅଡିଟୋରିୟମ୍ରେ ପ୍ରଦର୍ଶିତ ହେବ। ଏହି ଦିନ ଲିଡ୍ ଅଭିନେତା ବିକି କୌଶଲଙ୍କ ସମେତ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ଉପସ୍ଥିତ ରହିବେ।
ଅପରପକ୍ଷରେ ଫିଲ୍ମଟି ବକ୍ସ ଅଫିସରେ ମଧ୍ଯ ଭଲ ପ୍ରଦର୍ଶନ କରୁଛି। ଭାରତରେ ଏପର୍ଯ୍ୟନ୍ତ ୫୮୩.୩୫ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ସେହିପରି ଫିଲ୍ମଟି ବିଶ୍ୱସ୍ତରରେ ଏବେ ପର୍ଯ୍ୟନ୍ତ ୭୮୦ କୋଟି ଟଙ୍କା ସଂଗ୍ରହ କରିସାରିଲାଣି।
ଏହି ଫିଲ୍ମଟି ୧୪ ଫେବୃଆରୀ ୨୦୨୫ରେ ମୁକ୍ତିଲାଭ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିଥିଲେ।