Latest Odisha News

ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ: ସାଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର । ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା ତ୍ରୟୋଦଶତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ ତମ ଅଧିବେଶନ ହେବ । ଅମୃତ କାଳ ମଧ୍ୟରେ ହେଉଥିବା  ସଂସଦର ଏହି ବିଶେଷ ଅଧିବେଶନରେ ସଫଳ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବିଧାନ ଅନୁଚ୍ଛେଦ ୮୫ରେ ସଂସଦର ବିଶେଷ ଅଧିବେଶନ ଡାକିବାର ପ୍ରାବଧାନ ରହିଛି । ଏହି ଧାରା ଅନୁସାରେ ବିଶେଷ ଅଧିବେଶନ ଡାକିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି । ସଂସଦୀୟ ବିଭାଗର କ୍ୟାବିନେଟ ସମିତି ଏହି ନିଷ୍ପତ୍ତି ନେଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଔପଚାରିକ ଅନୁମତି ଦେଇଥାନ୍ତି । ଏହାପରେ ବିଶେଷ ଅଧିବେଶନ ଡକାଯାଇଥାଏ ।

Comments are closed.