Latest Odisha News

BREAKING NEWS

ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ବିପକ୍ଷଙ୍କୁ ମୋଦିଙ୍କ ଟାର୍ଗେଟ: କନ୍ଦାକଟା କରିବା ପାଇଁ ବହୁତ ସମୟ ଅଛି

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦର ବିଶେଷ ଅଧିବେଶନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସେ ମିଡିଆକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ର ସଫଳତାଠାରୁ ଆରମ୍ଭ କରି ଜି-୨୦ର ସଫଳତା ପର୍ଯ୍ୟନ୍ତ ସବିଶେଷ ବିବରଣୀ ରଖିଥିଲେ ।ଚନ୍ଦ୍ରରେ ଉଠୁଛି ତ୍ରିରଙ୍ଗା । ଶିବଶକ୍ତି ପଏଣ୍ଟ ନୂଆ ପ୍ରେରଣା କେନ୍ଦ୍ର ପାଲଟିଛି । ତ୍ରିରଙ୍ଗ ପଏଣ୍ଟ ଆମର ଗର୍ବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଜି-୨୦ରେ ଭାରତ ଗୋଟିଏ କଥାକୁ ନେଇ ଗର୍ବ ଅନୁଭବ କରିବ ।   ଆମେ ଗ୍ଲୋବାଲ ସାଉଥର ସ୍ୱର ଥିଲା ଭାରତ । ଆଫ୍ରିକାନ ୟୁନିୟନକୁ ସ୍ଥାୟୀ ସଦସ୍ୟ ମାନ୍ୟତା ମିଳିଲା ଏବଂ ଜି-୨୦ରେ ସର୍ବସମ୍ମତ ଘୋଷଣା ଏ ସମସ୍ତ କଥା ଭାରତର ଉଜଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦିଏ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାହାର ନାଁ ନ ନେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ । ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ହିସାବରେ ବହୁତ ବଡ । ଐତିହାସିକ ନିର୍ଣ୍ଣୟ ନେବାର ଅଧିବେଶନ । ନୂଆ ସଙ୍କଳ୍ପ ଏବଂ ନୂଆ ବିଶ୍ୱାସ ନେଇ ଯାତ୍ରା ଆଗକୁ ବଢାଇବା ଏବଂ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅଧିବେଶନ ଛୋଟ । ତେଣୁ ସମୟ ଉପରେ ସମସ୍ତଙ୍କୁ ଧ୍ୟାନ ରଖିବାକୁ ପଡିବ । କନ୍ଦା-କଟା କରିବାକୁ ବହୁତ ସମୟ ଅଛି । କିଛି ସମୟ ଏମିତି ଅଛି ଯାହା ବିଶ୍ୱାସ ଭରି ଦିଏ । ପୁରୁଣା ବିଦ୍ୱେଶ ଛାଡି ଆଶା ଓ ସଦିଚ୍ଛାର ସହ ନୂଆ ସଦନରେ ପ୍ରବେଶ କରି ଆଗକୁ ବଢିବାର ସମୟ ଆସିଛି ।

Comments are closed.