Latest Odisha News

BREAKING NEWS

ପିଲାବେଳେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ୱାଶିଂଟନ୍: ଇଣ୍ଡୋନେସିଆରେ ରହୁଥିବା ବେଳେ ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣୁଥିଲେ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା।

ତେଣୁ ତାଙ୍କ ମନ ଭିତରରେ ଭାରତ ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।

‘ଏ ପ୍ରୋମିଜଡ୍ ଲ୍ୟାଣ୍ଡ’ ନାମକ ଏକ ପୁସ୍ତକରେ ଓବାମା ଭାରତ ପ୍ରତି ତାଙ୍କର ଆକର୍ଷଣ ବିଷୟରେ ଉଲ୍ଲେଖ କରିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଭାରତରେ ପ୍ରାୟ ୨ ହଜାର ବିଭିନ୍ନ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି ଏବଂ ସେଠାରେ ପ୍ରାୟ ୭୦୦ରୁ ଅଧିକ ଭାଷା କୁହାଯାଏ। ସେଥିପାଇଁ ବୋଧହୁଏ ଅଧିକ ଆକର୍ଷିତ କରିଥାଏ।

ସେ ୨୦୧୦ରେ ରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ। ଏହା ପୂର୍ବରୁ ସେ କେବେବି ଭାରତ ଗସ୍ତ କରିନଥିଲେ କିନ୍ତୁ ମୋ କଳ୍ପନାରେ ଏହି ଦେଶ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।

ଏହି ପୁସ୍ତକରେ ଓବାମା ୨୦୦୮ର ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷରେ ପାକିସ୍ତାନରେ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ଅଭିଯାନ ଯାଏଁ ସମସ୍ତ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି।

ତେବେ ଏହି ପୁସ୍ତକର ଦ୍ୱିତୀୟ ଭାଗ ମଧ୍ୟ ଆସିବ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.