Latest Odisha News

BREAKING NEWS

ଜଟିଳ ହେଉଛି ସ୍ଥିତି: ଭାରତରେ ୨୪ ଘଣ୍ଟାରେ ୩୭ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୨୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୩୭,୧୪୮ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪ ଘଣ୍ଟାରେ ଯାଇଛି ୫୮୭ ଜଣଙ୍କର ଜୀବନ ।

ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ ରେ ପହଞ୍ଚିଛି । ସବୁ ରେକର୍ଡ ଭାଙ୍ଗି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

ଏଯାବତ୍ ଭାରତରେ କରୋନାରେ ସଂକ୍ରମିତ ହୋଇ ୪,୦୨,୫୨୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୮,୦୮୪ ଜଣ ପ୍ରାଣ ହରାଇଛନ୍ତି । ୭,୨୪,୫୭୮ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.