Latest Odisha News

BREAKING NEWS

ବଢୁଛି ସଂକ୍ରମଣ : ଭାରତରେ ୨୪ ଘଣ୍ଟାରେ ୩୭,୭୨୪ ଆକ୍ରାନ୍ତ ଚିହ୍ନଟ, ୧୨ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୩୭, ୭୨୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪ ଘଣ୍ଟାରେ ଯାଇଛି ୬୪୮ ଜଣଙ୍କର ଜୀବନ ।

ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫ ରେ ପହଞ୍ଚିଛି । ସବୁ ରେକର୍ଡ ଭାଙ୍ଗି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

ଏଯାବତ୍ ଭାରତରେ କରୋନାରେ ସଂକ୍ରମିତ ହୋଇ ୪,୧୧,୧୩୩ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୮,୭୩୨ ଜଣ ପ୍ରାଣ ହରାଇଛନ୍ତି । ୭,୫୩,୦୫୦ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.