Latest Odisha News

ଟି୨୦ ବିଶ୍ୱକପ ସୁପର ଏଇଟ: ଆଫଗାନିସ୍ତାନ ସ୍ପିନର ବନାମ ଭାରତୀୟ ବ୍ୟାଟ୍ସମ୍ୟାନ

କିଙ୍ଗଷ୍ଟନ ଓଭାଲ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ଏଠାକାର ପିଚ ଅବଶ୍ୟ ଆମେରିକା ଭଳି ବ୍ୟାଟ୍ସମ୍ୟାନଙ୍କୁ ଏତେଟା ଅସୁବିଧାରେ ପକାଇବ ନାହିଁ । ଆଫଗାନିସ୍ତାନର ସ୍ପିନରଙ୍କୁ ଉଚିତ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ରଶିଦ ଖାଁ, ନୂର ଅହମ୍ମଦ ଓ ମହମ୍ମଦ ନାବି ତାଙ୍କ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଏ ନେଇ କଡା ଅଭ୍ୟାସ ମଧ୍ୟ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ଭାରତର ଟ୍ରମ୍ପ କାର୍ଡ ହେବେ ବୋଲି ଅନୁମାନ କରାଯାଉଛି । ସେ ମଧ୍ୟ ସ୍ପିନରଙ୍କ ଉଚିତ ମୁକାବିଲା କରିବେ ବୋଲି ଦୃଢ଼ତା ସହକାରେ କହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରିଷଭ ପନ୍ତ କିପରି ବ୍ୟାଟିଂ କରୁଛନ୍ତି ସେଥିପ୍ରତି ନଜର ରହିବ ।

ଆଫଗାନିସ୍ତାନ କୋଚ ଜୋନାଥନ ଟ୍ରଟ୍ଟ କହିଛନ୍ତି ଆମେରିକା ପିଚ ଓ ଏଠାକାର ସମ୍ପୂର୍ଣ୍ଣ ଭିନ୍ନ । ବୋଲରମାନଙ୍କୁ ଏଥିପ୍ରତି ଧ୍ୟାନ ରଖିବାକୁ ପଡିବ । ଭାରତ ନିକଟରେ ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ରହିଥିବାରୁ ସାମାନ୍ୟ ଭୂଲ ମ୍ୟାଚକୁ ହାତଛଡା କରିବ ବୋଲି କହିଛନ୍ତି । କିଙ୍ଗଷ୍ଟା ଓଭାଲରେ ଭାରତ ୨ଟି ଟି୨୦ ମ୍ୟାଚ ଖେଳିବା ସତ୍ୱେ ବିଜୟ ହାସଲ କରିପାରି ନାହିଁ ।

ସେହିପରି ଆଫଗାନିସ୍ତାନ ବିପକ୍ଷରେ ଭାରତର ଟି୨୦ ରେକର୍ଡ ଭଲ ରହିଛି । ଏହାକୁ ପାଥେୟ କରି ରୋହିତ ବାହିନୀ ଆଗକୁ ବଢ଼ିବ ବୋଲି ଅନୁମାନ କରାଯାଉଛି । ଟାଇଟଲ ଆଶାୟୀ ଭାରତ ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ ଲକ୍ଷ୍ୟରେ ରହିବ । ୟୁଜଭେନ୍ଦ୍ର ଚହଲ ଓ କୂଲଦୀପ ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।

Comments are closed.