Latest Odisha News

BREAKING NEWS

ଟେଷ୍ଟରେ ମଧ୍ୟ ଫ୍ରି ହିଟ ନିୟମ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଲେ ଭାରତର ବୋଲିଂ କୋଚ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଟେଷ୍ଟ କ୍ରିକେଟ୍‌ରେ  ଫ୍ରି ହିଟ ନିୟମ ଲାଗୁ କରିବା ପାଇଁ ଏକ ରୋଚକ ପ୍ରସ୍ତାବ ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ସାଈରାଜ ବହୁତୁଲେ ନୋ-ବଲ୍ ସମସ୍ୟାର ସମାଧାନ ପାଇଁ ମଜାଳିଆ ଅନ୍ଦାଜରେ ଏହି ପରାମର୍ଶ ଦେଇଛନ୍ତି । କଲମ୍ବୋ ଟେଷ୍ଟରେ ଭାରତୀୟ ସ୍ପିନରମାନେ ମୋଟ ୧୦ଟି ନୋ-ବଲ୍ ପକାଇଛନ୍ତି । ଗତ ୫ ବର୍ଷ ମଧ୍ୟରେ କୌଣସି ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସ୍ପିନରଙ୍କ ଦ୍ୱାରା ପକାଯାଇଥିବା ଏହା ଦ୍ୱିତୀୟ ସର୍ବାଧିକ ନୋ-ବଲ୍ (ଆଫଗାନିସ୍ତାନ ୧୪ଟି ନୋ-ବଲ୍ ସହ ଶୀର୍ଷରେ ଅଛି) ।

 ଚତୁର୍ଥ ଦିନର ଖେଳ ଶେଷ ପରେ ବହୁତୁଲେ କହିଛନ୍ତି ଯେ, କଠିନ ପରିସ୍ଥିତିରେ ୱିକେଟ୍ ନେବା ପାଇଁ ବୋଲର ଅଧିକ ଶକ୍ତି ପ୍ରୟୋଗ କରିବା ବେଳେ ଗୋଡ଼ କ୍ରିଜ୍‌ରୁ ଆଗକୁ ପଳାଇଥାଏ । ରବୀନ୍ଦ୍ର ଜାଡେଜା ଓ ସାରାଂଶ ଜୈନଙ୍କ ଟେକ୍-ଅଫ୍ ପଏଣ୍ଟ ଉପରେ କାମ କରାଯାଉଛି । ସୀମିତ ଓଭର କ୍ରିକେଟ୍ ଭଳି ଟେଷ୍ଟରେ ମଧ୍ୟ ଫ୍ରି ହିଟ୍ ଆରମ୍ଭ ହେଲେ ବୋଲରମାନେ ଅଧିକ ସତର୍କ ହେବେ ଏବଂ ନୋ-ବଲ୍ ସଂଖ୍ୟା କମିଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.