ପୁରୀ: ହାତକୁ ଦି ହାତ ହେବାକୁ ଯାଉଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । କାକଟପୁରରେ ଆଜି ତାଙ୍କ ନିର୍ବନ୍ଧ ଶେଷ ହୋଇଛି । ବାଲିଡିହିର ଝିଅ ନନ୍ଦିନୀଙ୍କ ସହ ବିବାହ ସ୍ଥିର ହୋଇଛି । ଆସନ୍ତା ଫେବ୍ରୁଆରୀରେ ତାଙ୍କର ବିବାହ ହେବ ବୋଲି ସ୍ଥିର ହୋଇଛି ।
ତୁଷାରକାନ୍ତି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ପ୍ରଥମ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । କ୍ରୀଡାକୁ ନୂତନ ଦିଶା ଦେବାରେ ତାଙ୍କର ଉଦ୍ୟମ ଜାରି ରହିଛି ।
Comments are closed.