Latest Odisha News

BREAKING NEWS

ଜାତୀୟ କ୍ରୀଡା ପୁରସ୍କାର ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଘୋଷିତ ହେଲା ଚୟନ କମିଟି

ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡା ପୁରସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିନେଇ ଏକ ଚୟନ କମିଟି ଗଠନ କରାଯାଇଛି । ଏହି କମିଟି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ପ୍ରାର୍ଥୀ ଚୟନ କରିବେ । କମିଟିର ଅଧ୍ୟକ୍ଷତା ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଅରୁଣ ମିଶ୍ର କରିବେ । କମିଟିରେ ପ୍ରତିଷ୍ଠିତ ବ୍ୟକ୍ତି, ଖେଳାଳି, କୋଚ ଓ ପତ୍ରକାରଙ୍କୁ ସାମିଲ କରାଯାଇଛି ।

ଏହି ସଦସ୍ୟମାନେ ହେଲେ ଝୁଲଣ ଗୋସ୍ୱାମୀ(କ୍ରିକେଟ), ଏମଏମ ସୌମ୍ୟ।।(ହକି), ଅପର୍ଣ୍ଣା ପୋପଟ(ବ୍ୟାଡମିଂଟନ), ବିଜୟ ଲୋକପଲ୍ଲୀ( କ୍ରୀଡା ସାମ୍ବାଦିକ), ହେମନ୍ତ ରସ୍ତୋଗୀ( କ୍ରୀଡା ସାମ୍ବାଦିକ), ଏଚଏନ ଗିରୀଶା( ପାରା ସ୍ପୋର୍ଟ୍ସ ବିଶେଷଜ୍ଞ), ଗଗନ ନାରଙ୍ଗ( ଶୁଟିଂ, ଅଲିମ୍ପିଆନ), ଦେବେନ୍ଦ୍ର କୁମାର ରାଠୌର (ଜିମ୍ନାଷ୍ଟିକ୍ସ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା), ସିଇଓ ଟପ୍ସ ଓ ଇଡି(ଟିମ୍ସ) । ଏଥିସହ ଜାତୀୟ କ୍ରୀଡା ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।

Comments are closed.