Latest Odisha News

BREAKING NEWS

ତୁମେ ମୋତେ ଖୁିସିରେ ରଖ, ମୁଁ ତୁମକୁ….

ଚଣ୍ଡିଗଡ଼: ହରିଆଣାରେ ଜଣେ ଜୁନିଅର ମହିଳା କୋଚ୍ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା କୋଚ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ସନ୍ଦୀପ ତାଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ। ମହିଳା ପ୍ରଶିକ୍ଷକ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ INLD ନେତା ଅଭୟ ଚୌଟାଲାଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ପୀଡିତା ଅଭିଯୋଗ କରିଛନ୍ତି ଯେ କ୍ରୀଡ଼ା ମନ୍ତ୍ରୀ ତାଙ୍କ ସହ ଇନଷ୍ଟାଗ୍ରାମ ମାଧ୍ୟମରେ ଯୋଗାଯୋଗ କରିଥିଲେ। କ୍ରୀଡା ମନ୍ତ୍ରୀ ତାଙ୍କ ସହ କଥା ହୋଇଥିବା ସମସ୍ତ ଚାଟ୍ ଇନଷ୍ଟ୍ରାଗାମର ଫିଚର ଯୋଗୁଁ 24 ଘଣ୍ଟା ପରେ ଅଟୋ ଡିଲିଟ ହୋଇଯାଇଛି।

କ୍ରୀଡ଼ା ମନ୍ତ୍ରୀଙ୍କ ଅଭିଯୋଗରେ ପୀଡିତା ଜଣକ କହିଛନ୍ତି ଯେ ସନ୍ଦୀପ ସିଂ ଚାଟିଂ କରିବା ପରେ ତାଙ୍କୁ ଚଣ୍ଡିଗଡ଼ର ଲେକ ପାର୍ଶ୍ୱକୁ ଡାକିଥିଲେ। ଯାହା ସେକ୍ଟର 7 ରେ ଅଛି। ଯେତେବେଳେ ସେ ଯାଇନଥିଲେ ମନ୍ତ୍ରୀ ରାଗି ଯାଇଥିଲେ। ଏହାପରେ ସନ୍ଦୀପ ସିଂ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ। ଏଠାରେ ସେ ତାଙ୍କୁ ଅଲଗା କ୍ୟାବିନକୁ ନେଇ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ମହିଳା ଜଣକ କହିଥିଲେ, ‘ସେ ମୋ ଗୋଡରେ ହାତ ରଖି କହିଥିଲେ, ‘ତୁମେ ମୋତେ ଖୁସିରେ ରଖ, ମୁଁ ତୁମକୁ ଖୁସିରେ ରଖିବି।’

ମହିଳା ଜଣକ କହିଛନ୍ତି ଯେ ଏହି ଘଟଣା ପରେ ସେ ଅନେକ ସ୍ଥାନରେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ତାଙ୍କୁ କେହି ଶୁଣୁ ନାହାନ୍ତି। ସେ ଅଭିଯୋଗ କରିବାକୁ ଡିଜିପିଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି। ହେଲେ କୌଣସି ସ୍ଥାନରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇନି ବୋଲି କହିଛନ୍ତି। ଏହାପରେ ସେ ଆଇଏନଏଲଡି ନେତା ଅଭୟ ଚୌଟାଲାଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଆଇଏନଏଲଡି ନେତା ଅଭୟ ଚୌଟାଲା କ୍ରୀଡ଼ା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ସେ କେବେ ବି ମହିଳା ପ୍ରଶିକ୍ଷକଙ୍କୁ ଭେଟିନାହାଁନ୍ତି। କେବଳ ଏତିକି ନୁହେଁ, ଏହା ମଧ୍ୟ କହିଛନ୍ତି ଯେ ଏସବୁ ତାଙ୍କ ବିରୁଦ୍ଧରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର।

 

Comments are closed.