Latest Odisha News

ମହିଳା ୧୦୦ ମିଟର ରେସରୁ ଓହରିଲେ ଶୈଲୀ ଫ୍ରେଜର

ପ୍ୟାରିସ: ଜାମାଇକାର ଷ୍ଟାର ଆଥଲେଟ ଶୈଲୀ ଆନ ଫ୍ରେଜର ମହିଳା ୧୦୦ ମିଟର ରେସରୁ ଓହରି ଯାଇଛନ୍ତି । ସେମିଫାଇନାଲ ରେସ ପୂର୍ବରୁ ସେ ହଠାତ କାହିଁକି ଓହରିଲେ ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ସାଥୀ ଆଥଲେଟଙ୍କ ମତରେ ୫ ଥର ବିଶ୍ୱ ଓ ୨ ଥର ଅଲିମ୍ପିକ ଚାମ୍ପିୟନ ଫ୍ରେଜରଙ୍କୁ ଟ୍ରେନିଂ ଅଂଚଳକୁ ଯିବାରୁ ଅଟକାଇ ଯାଇଥିଲା । ସେ ଟିମ ବସ ସହିତ ଷ୍ଟାଡିୟମକୁ ଯାଇ ନ ଥିବାରୁ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି । ଏଥିରେ ସେ ବ୍ୟଥୀତ ହୋଇ ଅଲିମ୍ପିକ୍ସରୁ ନାମ ପ୍ରତ୍ୟାହାର କରି ନେଇଛନ୍ତି । ୩୭ ବର୍ଷୀୟ ଫ୍ରେଜର ଶନିବାର ହିଟରୁ କ୍ୱାଲିଫାଇ କରିଥିଲେ ।

ଏହା ତାଙ୍କର ଶେଷ ଅଲିମ୍ପିକ୍ସ ହେବ ବୋଲି ସେ ପରୋକ୍ଷରେ ସୂଚନା ଦେଇ ସାରିଛନ୍ତି । ଫ୍ରେଜର ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ୨୦୧୬ରେ ବ୍ରୋଞ୍ଜ ଓ ୨୦୨୧ରେ ରୌପ୍ୟ ପଦକ ଜିତିଥିଲେ । ଏହି ଘଟଣା ନେଇ ଆଇଓସି ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.