Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ରୁଷିଆ ଟିକା ସ୍ପୁଟ୍‌ନିକ ଭି କୋଭିଡ୍ ଟିକା ଭାରତରେ ପହଞ୍ଚିସାରିଛି। ଆସନ୍ତା ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି ଏନଆଇଟିଆଇ ଆୟୋଗ ସଦସ୍ୟ ଡ. ଭି.କେ ପଲ୍‌ କହିଛନ୍ତି। ସ୍ପୁଟ୍‌ନିକ ଭିର  ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିସାରିଛି ଏବଂ ବଳକା ଡୋଜ୍‌ ଖୁବ୍‌ ଶୀଘ୍ର ଭାରତ ପହଞ୍ଚିବ।

BjdElectrycity

ଜୁଲାଇରୁ ଭାରତରେ ସ୍ପୁଟ୍‌ନିକ ଭି ଟିକା ଉତ୍ପାଦନ ଆରମ୍ଭ ହେବ। ଭାରତ ସ୍ପୁଟ୍‌ନିକ ଭିର  ୧୫.୬ କୋଟି ଡୋଜ ତିଆରି କରିବାକୁ ଲକ୍ଷ୍ୟ ରଖିଛି।

ଡ. ଭି.କେ ପଲ୍‌ କହିଛନ୍ତି, ଆସନ୍ତା ପାଞ୍ଚ ମାସ ମଧ୍ୟରେ ସ୍ପୁଟ୍‌ନିକ ଭି ର ୨ ବିଲିୟନ ଡୋଜ ଭାରତ ଦ୍ୱାରା ପ୍ରସ୍ତୁତ ଏବଂ ବ୍ୟବହୃତ ହେବ। ”

Leave A Reply

Your email address will not be published.