ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ ତାମିଲନାଡୁ ର ତିରୁପୁର ଷ୍ଟେସନରୁ ବାହାରିଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଏଥିରୁ ମୋଟ ୬୮୧ ଜଣ ଯାତ୍ରି ଆସି ରାଉରକେଲାରେ ଓଲ୍ହାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ଉଦ୍ୟମକ୍ରମେ ପଠାଯାଇଥିଲା।
ସମସ୍ତଯାତ୍ରୀଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଯାତ୍ରୀଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ସେହିପରି ଆଜି ସନ୍ଧ୍ୟାରେ ଆଉ ଏକ ଟ୍ରେନ କେରଲରୁ ଆସି ରାଉରକେଲା ରେଳ ଷ୍ଟେସନରେ ପହଂଚିବ ବୋଲି ଜଣାପଡିଛି। ଉକ୍ତ ଟ୍ରେନ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସୂଚନା।
Comments are closed.