Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି, ୭ ଜିଲ୍ଲାରେ ନିୟୋଜିତ ହେବେ ୪୨ ଓଡ୍ରାଫ ଓ ୨୪ ଏନଡିଆରଫ ଟିମ୍

ଭୁବନେଶ୍ବର : ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଗଭୀର ଅବପାତର ରୂପ ନେବା ପରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । କଳିଙ୍ଗପାଟ୍ଟନମରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ଆସନ୍ତାକାଲି ସଂଧ୍ୟାରେ ଗୋପାଳପୁର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, ନବରଂଗପୁର, କୋରାପୁଟରେ ପ୍ରବଳ ବର୍ଷା, ପବନ ହେବ । ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିପାରେ, ବର୍ଷା ପାଇଁ ବନ୍ୟା ହୋଇପାରେ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୭ ଜିଲ୍ଲା ପାଇଁ ୪୨ ଓଡ୍ରାଫ ଓ ୨୪ ଏନଡିଆରଫ ଟିମ୍ ନିୟୋଜିତ ରହିବେ । ୧୧ ଅଗ୍ନିଶମ ଟିମ ସହ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ରିଜର୍ଭ ରହିବେ । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ ରହିଛି । ଦକ୍ଷିଣ ଓଡ଼ିଶାର କୌଣସି ଜଳଭଣ୍ଡାର ପ୍ରତି ବିପଦ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ଋଷିକୁଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ଅବବାହିକାରେ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି ।

Leave A Reply

Your email address will not be published.